ଅଧିକାରୀଙ୍କ ପରେ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା, ହୋଇପାରେ ବଡ ନିଷ୍ପତ୍ତି
Khabar Odisha:Prime-Minister-Narendra-Modis-talks-with-the-chief-ministers-of-10-states-after-the-official-could-be-a-big-decision
ନୂଆଦିଲ୍ଲୀ, ଏପ୍ରିଲ ୨୩ (ଖବର ଓଡ଼ିଶା):

ଦେଶରେ କରୋନା ଭାଇରସ ସଂକ୍ରମଣର ସଙ୍କଟ ବୃଦ୍ଧି ହେବାରେ ଲାଗିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାରାଥନ ବୈଠକ କରୁଛନ୍ତି। ପ୍ରଥମେ ଅନେକ ବିଭାଗ ର କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛନ୍ତି।

ପ୍ରଧାନମନ୍ତ୍ରୀ  ସକାଳ ୯ଟାରେ ଏକ ଆଭ୍ୟନ୍ତରୀଣ ବୈଠକ କରିଥିଲେ। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି।  ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ  ପୁଣି ପ୍ରଧାନମନ୍ତ୍ରୀ  ମୋଦୀ ମଧ୍ୟାହ୍ନ ୧୨.୩୦ ରେ ଅମ୍ଳଜାନ ତିଆରି କରୁଥିବା କମ୍ପାନୀଗୁଡିକ ସହିତ ଏକ ବୈଠକ କରିବେ।

ସାରା ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୩୨୭୩୦ ଲୋକ ସଂକ୍ରମିତ ହୋଇଛନ୍ତି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩ ଲକ୍ଷ ୩୨ ହଜାର ୭୩୦ ଲୋକ କରୋନାଭାଇରସରେ ସଂକ୍ରମିତ ହୋଇଥିବାବେଳେ ଏହି ସମୟ ମଧ୍ୟରେ ୨୨୬୩ ଜଣଙ୍କର ମୃତ୍ୟୁ ଘଟିଛି।

ଏହା ପରେ ଭାରତରେ ସଂକ୍ରମିତ କରୋନା ସଂଖ୍ୟା ୧ କୋଟି ୬୨ ଲକ୍ଷ ୬୩ ହଜାର ୬୯୫ କୁ ବୃଦ୍ଧି ପାଇଛି ଏବଂ ୧ ଲକ୍ଷ ୮୬ ହଜାର ୯୨୦ ଲୋକ ପ୍ରାଣ ହରାଇଛନ୍ତି। ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ୨୪ ଲକ୍ଷ ଅତିକ୍ରମ କରିଛି ଜ୍ଝ

ପରିସଂଖ୍ୟାନ ଅନୁଯାୟୀ, କୋଭିଡ -୧୯ ଠାରୁ ଏପର‌୍ୟ୍ୟନ୍ତ ଦେଶରେ ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି।  ଅବଶ୍ୟ, ଗତ କିଛି ଦିନ ମଧ୍ୟରେ ପୁନରୁଦ୍ଧାର ହାରରେ କ୍ରମାଗତ ହ୍ରାସ ଘଟିଛି ଏବଂ ଏହା ଏବେ ୮୩.୯୨ ପ୍ରତିଶତକୁ ହ୍ରାସ ପାଇଛି।  ଏହା ସହିତ ସକ୍ରିୟ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ସାରା ଦେଶରେ ୨୪ ଲକ୍ଷ ୨୮ ହଜାର ୬୧୬ ଲୋକ ଚିକିତ୍ସିତ ହେଉଛନ୍ତି, ଯାହା ସଂକ୍ରମିତ ଲୋକଙ୍କ ମୋଟ ସଂଖ୍ୟାର ୧୪.୯୩ ପ୍ରତିଶତ ଅଟେ।

ଆଜି  ପ୍ରଧାନମନ୍ତ୍ରୀ ମୋଦୀ ନିଜର ବଙ୍ଗଳା ନିର୍ବାଚନ ରାଲି ବାତିଲ କରିଛନ୍ତି।

ସୂଚନାଯୋଗ୍ୟ, କରୋନାଭାଇରସର ଅବସ୍ଥା ବିଗିଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନ ସମାବେଶକୁ ବାତିଲ କରିଛନ୍ତି।  ସେ ଗୁରୁବାର ଟ୍ୱିଟ କରି କହିଛନ୍ତି ଯେ କୋଭିଡ -୧୯ର ସ୍ଥିତି ପାଇଁ ଆସନ୍ତାକାଲି (ଏପ୍ରିଲ ୨୩) ମୁଁ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବି।  ଏହି କାରଣରୁ ମୁଁ ପଶ୍ଚିମବଙ୍ଗ ଯାଇ ପାରିବି ନାହିଁ ବୋଲି ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment