ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସାମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ସାମାରୋହରେ ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହି ସମାରହୋରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା. ବେଦେଶ ମନ୍ତ୍ରୀ ଏସ୍ ଜୟ ଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଗତ ଜାନୁଆରୀ 25 ତାରିଖରେ ପଦ୍ମ ପୁରଷ୍କାର ଘୋଷଣା ହୋଇଥିଲା । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଥମେ ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ, ସୁଲଭ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ବିନ୍ଧେଶ୍ଵର ପାଠକ (ମରଣୋତ୍ତର) ଓ ପଦ୍ମା ସୁବ୍ରମଣ୍ୟମଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ବିନ୍ଧେଶ୍ଵର ପାଠକଙ୍କ ପତ୍ନୀ ଆମୋଲା ପାଠକ ପୁରସ୍କାର ଗ୍ରହଣ କରିଥିଲେ। ଏହା ପରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ,ଗାୟିକା ଉଷା ଉଥୁପ, ୟୁପିର ପୂର୍ବତନ ରାଜ୍ୟପାଳ ରାମ ନାଏକ ଓ ଶିଳ୍ପପତି ସୀତାରାମ ଜିନ୍ଦଲଙ୍କ ସମେତ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିଭଳି ମନୋହର କୃଷ୍ଣ ଡୋଲେ, ରାମଚେତ ଚୌଧୁରୀ ଓ ଥେୟାମ ଲୋକନୃତ୍ୟ ଶିଳ୍ପୀ ନାରାୟଣନ ଇପିଙ୍କ ସମେତ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଆଉ ଅଳ୍ପ କିଛି ବ୍ୟକ୍ତିଙ୍କୁ ଆସନ୍ତା ସପ୍ତାହରେ ପଦ୍ମ ସମ୍ମାନ ପ୍ରଦାନ କରାଯିବ । ଚଳିତବର୍ଷ ୧୩୨ ପଦ୍ମ ପୁରସ୍କାର ଘୋଷଣା ହୋଇଥିଲା। ସେଥିରେ ୫ ପଦ୍ମ ବିଭୂଷଣ, ୧୭ ପଦ୍ମ ଭୀଷଣ ଓ ୧୧୦ ପଦ୍ମଶ୍ରୀ ସମ୍ମାନ ରହିଥିଲା ।
ଅଧିକା ପଢନ୍ତୁ: କେଜ୍ରିୱାଲ୍ଙ୍କ ଜାମିନ ଖାରଜ କଲେ ହାଇକୋର୍ଟ