ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ରୋଜଗାର ମେଳା କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି । ନିଯୁକ୍ତିପତ୍ର ପାଇଥିବା ଯୁବବର୍ଗ ବିଭିନ୍ନ ବିଭାଗରେ ବିଭିନ୍ନ ପଦବୀରେ ନିଯୁକ୍ତି ହୋଇଛନ୍ତି । ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ଦେଶର ୩୭ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । ସମସ୍ତ ଯୁବବର୍ଗଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କର ଏକ ଭିନ୍ନ ପ୍ରୟାସ ।
ଦେଶର ସମସ୍ତ ଯୁବବର୍ଗଙ୍କୁ ବିକାଶ ଆଡକୁ ଅଗ୍ରସର କରାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଦେଶର ବିଭିନ୍ନ ସରକାରୀ ବିଭାଗ ଯଥା - ସରକାରୀ ବିଭାଗ, ରେଳ ମନ୍ତ୍ରାଳୟ, ଡାକ ବିଭାଗ, ଗୃହ ମନ୍ତ୍ରାଳୟ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଇତ୍ୟାଦିରେ ଯୁବବର୍ଗମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ପୂର୍ବରୁ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ଦେଶରେ ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିଥିଲେ । ବିଭିନ୍ନ ବିଭାଗରେ ମଧ୍ୟ ଯୁବବର୍ଗଙ୍କୁ ନିଯୁକ୍ତି ମିଳିଥିଲା ।
ଆଗକୁ ପଢ଼ନ୍ତୁ : ଆସନ୍ତା ନଭେମ୍ବର ୧୫ରୁ ଆରମ୍ଭ ହେବ ବିକଶିତ ଭାରତ ସଂକଳ୍ପ ଯାତ୍ରା