ନୂଆଦିଲ୍ଲୀ: ଆଜିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଯାଇଛି। ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ଦିନରେ ବାଣିଜ୍ୟିକ ଏଲପିଜି ଦର ହ୍ରାସ ପାଇଛି। ତେଲ କମ୍ପାନୀଗୁଡ଼ିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରିଛନ୍ତି। ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ ପାଇଛି। ନୂତନ ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହେବ। ଏବେ ଦିଲ୍ଲୀରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ୧୭୬୨ ଟଙ୍କାରେ ଉପଲବ୍ଧ ହେବ। ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବରୁ ଜାନୁଆରୀ ୧ରେ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୪.୫୦ ଟଙ୍କା ହ୍ରାସ କରାଯାଇଥିଲା।
ସୂଚନା ଅନୁଯାୟୀ, ତୈଳ ବିପଣନ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଛନ୍ତି। ଆଜିଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ ପାଇଛି। ଆଜିଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୭୬୨ ଟଙ୍କା ହୋଇଛି।
ଅଧିକ ପଢ଼ନ୍ତୁ: ମିଳିତ ଯୁଦ୍ଧ ଅଭ୍ୟାସ କରିବେ ଭାରତ ଏବଂ ଆମେରିକୀୟ ସେନା