ଶାନ୍ତ ପଡ଼ିଲା ଗଲୱାନ ଘାଟି, ଚୀନ୍ ସେନା ପଛକୁ ହଟିବା ପରେ ଶାନ୍ତି ବଜାୟ ରଖିବାକୁ ପଛକୁ ଗଲା ଭାରତ
Khabar Odisha:Normal-situation-in-galwan-ghat
ନୂଆଦିଲ୍ଲୀ, ଜୁଲାଇ ୮(ଖବର ଓଡ଼ିଶା):

 ଭାରତ ଓ ଚୀନର ସୀମାରେ ଲାଗି ରହିଥିବା ଉତ୍ତେଜନା ଧୀରେ ଧୀରେ କମୁଛି ।  ଏଲ୍ଏସି ନିକଟ ଗଲୱାନ୍ ଘାଟିରୁ ଚୀନ୍ ସେନା ପଛକୁ ହଟିଥିବା ସ୍ପଷ୍ଟ ହୋଇଛି । ଏହା ପରେ ଭାରତ ମଧ୍ୟ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ସେନାକୁ ସୀମାରୁ ପଛକୁ କରିଛି । ଚୀନ୍ ସେନା ପଛକୁ ଘୁଞ୍ଚିଥିଲେ ମଧ୍ୟ ଭାରତୀୟ ସେନା ସ୍ଥିତି ଉପରେ ପୂରା ନଜର ରଖିଥିବା ଜଣାପଡ଼ିଛି। 

ଗଲୱାନ୍ ଘାଟିରେ ଚୀନ୍ ସେନାର ଉପସ୍ଥିତି ନଜର ଆସୁନାହିଁ। ଫଳରେ ଚୀନ୍ ସେନା ଗଲୱାନ୍ ଘାଟିରୁ ପଛକୁ ହଟିଥିବା ସ୍ପଷ୍ଟ ହୋଇଛି।ସାଟେଲାଇଟ୍ ଚିତ୍ର ଅନୁଯାୟୀ, ଗଲୱାନ୍ ଘାଟିରୁ ଡ୍ରାଗନ ସେନା ହଟିଛି।  ଗଲୱାନର ଆଗୁଆ ଘାଟି ଅଞ୍ଚଳର ରାସ୍ତା ସ୍ପଷ୍ଟ ଭାବେ ଦେଖାଯାଉଛି।

ତେବେ ଏହି ରାସ୍ତା ପୂରା ଖାଲି ହୋଇ ଯାଇଥିବା ବେଳେ କୌଣସି ଗାଡ଼ି ବା ଲୋକଙ୍କ ଉପସ୍ଥିତି ମଧ୍ୟ ନାହିଁ। ଜୁନ୍‌ ୧୫ରେ ଯେଉଁ ସ୍ଥାନରେ ସଂଘର୍ଷ ହୋଇଥିଲା ସେଠାରୁ ପ୍ରାୟ ୧ କିମି ଦୂର ଚାଇନିଜ୍‌ ସୀମାରେ ପିଏଲଏ ତା’ର ପ୍ରଥମ ଟେଣ୍ଟ ନିର୍ମାଣ କରିଛି। ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ଉଭୟ ପକ୍ଷର ସେନାଅଧିକାରୀଙ୍କ ମଧ୍ୟରେ ପୁଣି ଆଲୋଚନା ହେବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଚୀନ୍ ସେନା ପଛକୁ ଘୁଞ୍ଚିଥିଲେ ମଧ୍ୟ ଭାରତୀୟ ସେନା ସ୍ଥିତି ଉପରେ ପୂରା ନଜର ରଖିଥିବା ଜଣାପଡ଼ିଛି। ଚୀନ୍ ଯଦି କିଛି ସୀମା ଆଡ଼କୁ ଆସେ, ତେବେ ଭାରତୀୟ ଯବାନ ଏହାର ଜବାବ ଦେବାକୁ ପ୍ରସ୍ତୁତ ଥିବା ସେନା ପକ୍ଷରୁ କୁହାଯାଇଛି।

  • Tags:

Subscribe

National International State Sports Entertainment