ମହାରାଷ୍ଟ୍ରରେ ଲୋମଟାଙ୍କୁରା ଘଟଣା: କୁରାଢ଼ୀରେ ହାଣି ୪ ଶିଶୁଙ୍କୁ ହତ୍ୟା
Khabar Odisha:Naton-Four-children-found-hacked-to-death-in-Jalgaon-of-Maharashtra-four-detained

ମୁମ୍ବାଇ, ଅକ୍ଟୋବର ୧୭ (ଖବର ଓଡ଼ିଶା): ମହାରାଷ୍ଟ୍ରରେ ଏକ ଲୋମ ଟାଙ୍କୁରା ଘଟଣା ଲୋକଲୋଚନକୁ ଆସିଛି । ଜଳଗାଓ ଜିଲ୍ଲାରେ ୪ ଜଣ ଶିଶୁଙ୍କୁ କଥିତ ଭାବେ କୁରାଢ଼ୀରେ ହାଣି ହତ୍ୟା କରାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଘଟଣା ସହିତ ଜଡ଼ିତ ୪ ଜଣଙ୍କୁ ସନ୍ଦେହରେ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସେ କହିଛନ୍ତି ଯେ, ରାୱେର ଅଂଚଳର ବୋରଖେଡ଼ା ଶିୱାର ଗାଁରେ ଏକ ଚାଷ ଜମିରେ ୪ ଜଣ ଶିଶୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି । 

ପୋଲିସ ଅଧିକାରୀ କହିଛନ୍ତି, ଚାଷଜମିରୁ ସଂଗୀତା (୧୩), ରାହୁଲ (୧୧), ଅନିଲ (୮) ଓ ନନି (୬)ଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଶିଶୁମାନଙ୍କୁ କୁରାଢ଼ୀରେ ହତ୍ୟା କରାଯାଇଛି । ସେମାନଙ୍କର ଗଳରେ ଗଭୀର ଘାତ ଦେଖାଯାଇଛି । ନାସିକ ରେଂଜ ପୋଲିସ ମହାନିରୀକ୍ଷକ ପ୍ରତାପ ଦିବାକର କହିଛନ୍ତି, ସନ୍ଦେହରେ ୪ ଜଣଙ୍କୁ ଅଟକ ରଖାଯାଇଛି । ତଦନ୍ତ ପାଇଁ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରିଛି । 

 

  • Tags:

Subscribe

National International State Sports Entertainment