ଜଳ ସଂରକ୍ଷଣ, ଖେଲୋ ଇଣ୍ଡିଆ, ଗଗନଯାନ ଏବଂ ପରୀକ୍ଷା , ଜାଣନ୍ତୁ ମନ୍‌ କି ବାତ୍‌ରେ କ’ଣ କହିଲେ ମୋଦୀ
Khabar Odisha:National-news-republic-day-2020-prime-minister-narendra-modi-mann-ki-baat
ନୂଆଦିଲ୍ଲୀ,ଜାନୁଆରୀ ୨୬ (ଖବର ଓଡ଼ିଶା) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ ରେ ଗଣରାଜ୍ୟ ଦିବସ ଅବସରରେ ଦେଶକୁ ସମ୍ୱୋଧିତ କରିଛନ୍ତି । ଏହା ପ୍ରଥମଥର, ଯେତେବେଳେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ସମୟରେ ମନ୍‌ କି ବାତ୍‌ କରିଥିଲେ । ଏହା ମନ୍‌ କି ବାତ୍‌ର 61ତମ କାର୍ଯ୍ୟକ୍ରମ ଥିଲା । 

2020ର ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଥିଲା । ସାଧାରଣତଃ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଦିନ 11 ଟାରେ ପ୍ରସାରଣ ହୋଇଥାଏ କିନ୍ତୁ ଗଣତନ୍ତ୍ର ଦିବସ ସମାରୋହ କାରଣରୁ ଏହାକୁ ସନ୍ଧ୍ୟାରେ ପ୍ରସାରଣ କରାଯାଇଛି । ପିଏ ମୋଦୀ କହିଛନ୍ତି ଗଣତନ୍ତ୍ର ଦିବସ କାରଣରୁ କାର୍ଯ୍ୟକ୍ରମ ସମୟରେ ପରିବର୍ତ୍ତନ କରାଯାଇଛି ଏବଂ ସନ୍ଧ୍ୟା 6ଟାରେ ଆପଣମାନଙ୍କ ସହ କଥା ହେଉଛି । ସେ କହିଛନ୍ତି ଭାରତର କୈନ ଡୁ ଅର୍ଥାତ ‘ଆମ କିଛି କରିପାରିବୁ’ ଏବେ ସଂକଳ୍ପ ହୋଇଛି । ପ୍ରଧାନମନ୍ତ୍ରୀ ଆସାମରେ ଖୋଲୋ ଇଣ୍ଡିଆର ଆୟୋଜନ ଉପରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଘୋଷଣା କରିଛନ୍ତି ଯେ ଏହିପରି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ଆୟୋଜନ କରାଯିବ । ସେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଶୁଭେଚ୍ଛା ଜଣାଇଛନ୍ତି  ଏବଂ କହିଛନ୍ତି ଶୀତ ଏବଂ ପରୀକ୍ଷାର ଋତୁରେ ନିଜକୁ ଫିଟ୍‌ ରଖନ୍ତୁ । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 

• ମନ୍‌ କି ବାତ୍‌, ଶେୟରିଂ, ଲେର୍ଣ୍ଣିଂ ଏବଂ ଗ୍ରୋଇିଙ୍ଗର ମିଶ୍ରଣ ପ୍ଲାଟଫର୍ମ ହୋଇଛି । ପ୍ରତି ମାସରେ ଲୋକଙ୍କ ପରାମର୍ଶ ଉପରେ ଚର୍ଚ୍ଚା ଏବଂ କାମ କରିବାର ସୁଯୋଗ ମିଳିଥାଏ । ନୋ ଟୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ, ଖାଦୀ, ସ୍ୱଚ୍ଛତା, ଝିଅଙ୍କୁ ସମ୍ମାନ, କ୍ୟାସଲେସ ପରି ସଂକଳ୍ପ ଉପରେ ଆମର ଚର୍ଚ୍ଚା ହୋଇଛି । ବିହାରର ଶୈଳଷ ମନ୍‌ କି ବାତ୍‌ରେ ଦିଆଯାଇଥିବା ସନ୍ଦେଶକୁ କାର୍ଯ୍ୟକାରୀ କରି ଗରିବଙ୍କୁ ପୋଷାକ ବାଣ୍ଟିଥିଲେ, ପ୍ରଧାନମନ୍ତ୍ରୀ ଏବେ ତାଙ୍କୁ ଚିଠି ଲେଖିବେ । 

• ସେହିପରି ଜଳ ଶକ୍ତି ଅଭିଯାନ ଜନଭାଗିଦାରୀରୁ ଆଗକୁ ବଢିଛି । ରାଜସ୍ଥାନରେ ଲୋକମାନେ ପୋଖରୀ ସଫା କରିବାର ସଂକଳ୍ପ ନେଇଛନ୍ତି । ଉତ୍ତର ପ୍ରଦେଶର ବାରାବଙ୍କିରେ ସରାହୀ ହ୍ରଦକୁ ସଫାଯାଇଛି । ସେହିପରି ଉତ୍ତରାଖଣ୍ଡରେ ମଧ୍ୟରେ ଏହିପରି କାର୍ଯ୍ୟକ୍ରମ ହୋଇଛି । 

• ଆସମରେ ଖେଲୋ ଇଣ୍ଡିଆରେ 6 ହଜାର ଖେଳାଳି ସାମିଲ ହୋଇଛନ୍ତି । 80 ରେକର୍ଡ ଭଙ୍ଗ ହୋଇଛି ଏବଂ ଏଥିରୁ 56ଟି ରେକର୍ଡ ଝିଅମାନେ ଭାଙ୍ଗିଛନ୍ତି । 2018ରେ ଖେଲୋ ଇଣ୍ଡିଆ ଆରମ୍ଭ ହୋଇଥିଲେ ସେହି ସମୟରେ 3500 ଖେଳାଳି ସାମିଲ ହୋଇଥିଲେ  । 3 ବର୍ଷ ପରେ ଏହି ସଂଖ୍ୟା ଦୁଇଗୁଣିତ ହୋଇଛି । ଅନେକ ପ୍ରତାଭାବନ ପିଲା ସାମ୍ନାକୁ ଆସିଛନ୍ତି । ସରକାର ଖେଲୋ ଇଣ୍ଡିଆ ପରି ଖେଲୋ ଇଣ୍ଡିଆ ୟୁନିଭରସିଟିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାନୁୟାରୀ 22ରୁ ମାର୍ଚ୍ଚ 1 ପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ୱରେ ଏହା ଆୟୋଜନ ହେବ । 

• ପରୀକ୍ଷା ଋତୁ ଆରମ୍ଭ ହୋଇ ସାରିଛି । ଦେଶର କୋଟି କୋଟି ବିଦ୍ୟାର୍ଥୀଙ୍କ ସହ ଚର୍ଚ୍ଚା କରିବା ପରେ ବିଶ୍ୱାସର ସହ ଏହା କହି ପାରିବି ଯେ ଦେଶର ଯୁବପୀଡ଼ି ଆତ୍ମବିଶ୍ୱାସରେ ଭରପୁର ରହିଛି । ଶୀତ ଏବଂ ପରୀକ୍ଷା ଋତୁରେ ନିଜକୁ ଫିଟ୍‌ ରଖନ୍ତୁ । 

• ଦୀର୍ଘ 23 ବର୍ଷ ତଳେ ବ୍ରୁ ଜନଜାତିକୁ ମିଜୋରାମ ଛାଡି ତ୍ରିପୁରାରେ ଶରଣ ନେବାକୁ ପଡ଼ିଥିଲା । ଏବେ 23 ବର୍ଷ ପରେ ସେମାନେ ଏହାର ସମାଧାନ ହୋଇଛି । ଏବେ ଏମାନେ ଗରିମାପୂର୍ଣ୍ଣ ଜୀବନ ବିତାଇ ପାରିବେ ।  34 ହଜାର ଶରଣାର୍ଥୀଙ୍କୁ ତ୍ରିପୁରା ଅବସ୍ଥାପିତ କରାଯିବ । ପୁନର୍ବାସ ପାଇଁ 600 କୋଟି ଟଙ୍କା କେନ୍ଦ୍ର ଦେବ । 

• ଗଣତନ୍ତ୍ର ଦିବସ ଅବସରରେ ଗଗନଯାନ ସମ୍ପର୍କରେ କହି ଗର୍ବ ଅନୁଭବ ହେଉଛି । ଗଗନଯାନ ମିଶନ ସହ ଆମକୁ ଭାରତବାସୀଙ୍କୁ ମହାକାଶକୁ ନେବାର ସଂକଳ୍ପ ସିଦ୍ଧ କରିବାର ଅଛି । ଗଗନଯାନ ପାଇଁ ଚାରି ଜଣ ଭାରତୀୟ ପାଇଲଟଙ୍କୁ ଚୟନ କାରାଯାଇଛି । ଏହିମାନେ ଏବେ ଋଷ ଯାଇ ପ୍ରଶିକ୍ଷଣ ନେବେ । 

• ତଳ ଦିନରେ ମିଡିଆରେ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିଲା । କିପରି 100 ବର୍ଷର ଜଣେ ମହିଳା ରାଷ୍ଟ୍ରପିତି ଭବନରେ ପ୍ରୋଟକଲ ଭାଙ୍ଗି ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଇଥିଲେ । ଏହା ପଦ୍ମ ପୁରସ୍କାର ଅବସର ଥିଲା । ଏହି ମହିଳା ଜଣଙ୍କ 106 ବର୍ଷର କର୍ନାଟକର ସାଲୁମରଦା ଥୀମକ୍କା ଥିଲେ । ଶନିବାର ମଧ୍ୟ ପଦ୍ମ ପୁରସ୍କାର ଘୋଷଣାର ସମୟ ଥିଲା । ଆପଣ ଏବେ ଏହି ଲୋକଙ୍କ ବିଷୟରେ ନିଶ୍ଚୟ ପଢନ୍ତୁ । ସାମାଜିକ ଯୋଗଦାନ ଉପରେ ଚର୍ଚ୍ଚା କରନ୍ତୁ । ପଦ୍ମ ପୁରସ୍କାର ଏବେ ପିପୁଲ୍ସ ପୁରସ୍କାର ହୋଇଛି । ପଦ୍ମ ପୁରସ୍କାରକୁ ନେଇ ଦେଶରେ ନୂଆ ବିଶ୍ୱାସ ଏବଂ ସମ୍ମାନ ସୃଷ୍ଟି ହୋଇଛି ।

Subscribe

National International State Sports Entertainment