ଭାରତରେ ବିସ୍ଫୋରକ ହେଉଛି କରୋନା: ଦେଶରେ ୭ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୦ ହଜାର ପାର କରୋନା ମୃତ୍ୟୁ
Khabar Odisha:National-7-lakh-crossed-Corona-positive-in-India
ନୂଆଦିଲ୍ଲୀ, ଜୁଲାଇ 7 (ଖବର ଓଡ଼ିଶା):

 ଭାରତରେ ବିସ୍ଫୋରକ ହେବା ଦିଗରେ କରୋନା । ଦେଶରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ୧୯ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦ ହଜାର ୧୬୦ ଛୁଇଁଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଦେଶରେ ଭୟଙ୍କର ଭାବେ ମାଡ଼ି ଚାଲିଛି କରୋନା ।ସ୍ଥିତି ଅଣାୟତ ହେଉଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ୧୯ ହଜାର ୬୬୫ ରେ ପହଂଚିଛି ।  ଭାରତରେ ୨୦ ହଜାର ୧୬୦ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୪ ଲକ୍ଷ ୩୯ ହଜାର ୯୪୮ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୫୯ ହଜାର ୫୫୭ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୫୯ ହଜାର ୫୫୭  ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୨୨ ହଜାର ୨୫୨ ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ରେକର୍ଡ ଭାଙ୍ଗିଛି।   ଏହା ସହ ୪୬୭  ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। 

ମହାରାଷ୍ଟ୍ରରେ ସ୍ଥିତି ସାଙ୍ଘାତିକ ହେଉଛି । ମହାରାଷ୍ଟ୍ରରେ ୨ ଲକ୍ଷ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ୯ ହଜାର ପାର ହୋଇଛି ।

  • Tags:

Subscribe

National International State Sports Entertainment