ଭାରତରେ କରୋନା ପୁଣି ଉପରମୁହାଁ: ୮୯୪୪ ଆକ୍ରାନ୍ତ ଗୁରୁତର, ୨୪ ଘଣ୍ଟାରେ ୬୪୦ ମୃତ
Khabar Odisha:Nation-covid-19-India-640-dead-in-corona-in-India-in-last-24-hours

ନୂଆଦିଲ୍ଲୀ, ଜୁଲାଇ ୨୮ (ଖବର ଓଡ଼ିଶା): ଭାରତରେ କରୋନା ଭାଇରସ୍‌ର ୨ୟ ଲହର ଯଦିଓ ହ୍ରାସ ପାଉଛି, ତଥାପି ଲୋକଙ୍କର ଚିନ୍ତା ବଢ଼ାଇଛି । ଆଜିର ଦିନରେ ଦେଶରେ ୮୯୪୪ ଜଣ ଗୁରୁତର ରୋଗୀଙ୍କ ଚିକିତ୍ସା ଜାରି ଥିବା ବେଳେ ବିଗତ ୨୪ ଘଣ୍ଟାରେ ୬୪୦ ଜଣ ଲୋକ କରୋନାରେ ପ୍ରାଣ ହାରିଛନ୍ତି । 

କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୯୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ପୂର୍ବରୁ ଏହି ସଂଖ୍ୟା ୩୮ ହଜାର ୧୧୨ ଥିଲା ଏବଂ ୫୬୦ ଜଣ ଲୋକ ପ୍ରାଣ ହରାଇଥିଲେ । 

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୪୫୨ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫ ହଜାର ୯୬୭କୁ ହ୍ରାସ ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୪ ଲକ୍ଷ ୮୩ ହଜାର ୪୧୧ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୨ ହଜାର ୫୪କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।

 

  • Tags:

Subscribe

National International State Sports Entertainment