କରୋନା ସନ୍ଦେହରେ ଆତ୍ମହତ୍ୟା କଲେ ମହିଳା, ଭାରତରେ ମୃତ୍ୟୁ ସଂଖ୍ୟା ୧୧୧
Khabar Odisha:Nation-Woman-commits-suicide-in-Punjab-village-earlier-lady-officer-shelf-killed-in-Himachal-Pradesh

ନୂଆଦିଲ୍ଲୀ, ଏପ୍ରିଲ ୦୭ (ଖବର ଓଡ଼ିଶା): କରୋନା ସଂକ୍ରମଣ ଦେଶରେ ଖୁବ ଶୀଘ୍ର ବଢ଼ିବାରେ ଲାଗିଛି । କରୋନାକୁ ନେଇ ସମଗ୍ର ଦେଶରେ ଭୟର ବାତାବରଣ ଦେଖାଯାଇଛି । ପଂଜାବର କପୁରଥଲାରେ ଜଣେ ମହିଳା କରୋନା ସନ୍ଦେହରେ ଆତ୍ମହତ୍ୟା କରିଛନ୍ତି । କପୁରଥଲା ଅନ୍ତର୍ଗତ ଫଗୱାଡା ଅଞ୍ଚଳର ଖୁରମପୁର ଗାଁରେ ମହିଳା ଜଣ ଆତ୍ମହତ୍ୟା କରିଥିବା ଜାତୀୟ ଗଣମାଧ୍ୟର ରିପୋର୍ଟରୁ ଜଣାପଡ଼ିଛି । ସେ ୬୫ ବର୍ଷ ବୟସ ଥିଲେ । 

ଦେଶରେ କରୋନା ଆକ୍ରାନ୍ତଙ୍କ ଧୀରେ ଧୀରେ ବଢ଼ିବାରେ ଲାଗିଛି । ମୋଟ ୧୧୧ ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ୪୨୮୧ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ରରେ ୮୬୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ କେବଳ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୪ ଜଣ ଲୋକ ଜୀବନ ହରାଇଛନ୍ତି । କରୋନାକୁ ନେଇ ଜୁହୁ ଅଞ୍ଚଳରେ ରହୁଥିବା ଫିଲ୍ମ କଳାକାରମାନେ ଚିନ୍ତା ପ୍ରକଟ କରିଛନ୍ତି । 

ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ଦୁଇ ଦିନ ତଳେ ଜଣେ ମହିଳା ଅଧିକାରୀ ନିଜ ନିବାସରେ ଆତ୍ମହତ୍ୟା କରିଥିଲେ । ମହିଳା ଅଧିକାରୀଙ୍କ ପରିବାର ଲୋକେ ପୋଲିସକୁ କହିଥିଲେ, କରୋନା ଭାଇରସ ଭୟରେ ଏବଂ ଅଧିକ କାମ ହେବାରୁ କିଛି ଦିନ ହେବ ମାନସିକ ଚାପରେ ଥିଲେ । ତେଣୁ ସେ ଏହି ରୋଗର ସଂକ୍ରମଣ ହେବା ନେଇ ଭୟ କରୁଥିଲେ । ପୋଲିସ ଅଧୀକ୍ଷକ ତୁମ୍ମେ ଏମୋ କହିଛନ୍ତି, ପାପୁମ ପାରେଠାରେ ବିପର୍ଯ୍ୟୟ ପରିଚାଳନ ଅଧିକାରୀ ଶେରିଙ୍ଗ ୟୁଙ୍ଗଜୋମ (୩୮) ଜିଲ୍ଲା ଆୟୁକ୍ତଙ୍କୁ ଇସ୍ତଫା ଲେଖିଥିଲେ । ଏହା ପରେ ସେ ଗାଧୁଆ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । 

 

  • Tags:

Subscribe

National International State Sports Entertainment