୨୧ ଦିନିଆ ଲକଡାଉନ: କ’ଣ ଖୋଲିବ, କ’ଣ ଖୋଲିବ ନାହିଁ ଜାଣନ୍ତୁ
Khabar Odisha:Nation-What-services-and-shops-will-be-open-and-what-will-be-shut-for-21-days-lockdown

ନୂଆଦିଲ୍ଲୀ, ମାର୍ଚ୍ଚ ୨୫ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, କରୋନା ଭାଇରସରୁ ବଞ୍ଚିବା ପାଇଁ ଦେଶକୁ ୨୧ ଦିନ ଯାଏଁ ଲକଡାଉନ କରାଯାଇଛି । ଏହି ମାରାତ୍ମକ ଭାଇରସ ସହ ମୁକାବିଲା କରିବାକୁ ହେଲେ ସର୍ବ ପ୍ରଥମେ ସାମାଜିକ ଦୂରତ୍ୱ ରଖିବା । ଏହାର ଅର୍ଥ ସଂପୂର୍ଣ୍ଣ ରୂପେ ଘରେ ରହିବା । ବାହାରକୁ ଯିବା ନାହିଁ । କରୋନା ଭାଇରସ ସହ ଲଢ଼ିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ତେଣୁ ଏଭଳି ସ୍ଥିତିରେ ଜାଣିବାର ଅଛି ଯେ, ୨୧ ଦିନ ଯାଏଁ ଆମେ ଖାଇବା କ’ଣ, ଅତ୍ୟାବଶ୍ୟକ ଜିନିଷ ପାଇଁ କେଉଁଠିକୁ ଯିବା ଓ କେମିତି ଆଣିବା । 

ସ୍ୱାସ୍ଥ୍ୟ ସଂପର୍କିତ ଭିତ୍ତିଭୂମି ବନ୍ଦ ହେବ ନାହିଁ । ଔଷଧ ଦୋକାନ, ମେଡିକାଲ ଜିନିଷ ପତ୍ର ଥିବା ଦୋକାନ, ଲ୍ୟାବ ଓ ରାଶନ ଦୋକାନ ଖୋଲା ରହିବ । ଡାକ୍ତରଙ୍କ ନିକଟକୁ ରୋଗୀ ଯାଇପାରିବେ । ହସ୍ପିଟାଲ, ଡିସପେନସରି, କ୍ଲିନିକ, ନର୍ସିଂହୋମ ଖୋଲା ରହିବ । ସେହିଭଳି ପ୍ରେଟ୍ରୋଲ ପମ୍ପ, ଏଲପିଜି ଗ୍ୟାସ, ପିଏନଜି ଭଳି ସେବା ଜାରି ରହିବ । ସାଧାରଣ ବିତରଣ ପ୍ରଣାଳୀ ବନ୍ଦ ରହିବ ନାହିଁ । ଗ୍ରୋସରୀ ଦୋକାନ, ଫଳ ଓ ପନିପରିବା ଦୋକାନ ଖୋଲା ରହିବ । ସେହିଭଳି କ୍ଷୀର, ମାଂସ, ମାଛ ଦୋକାନ ଖୋଲା ରହିବ ।    

ଘରୋଇ ଗାଡ଼ିକୁ ଅତ୍ୟାବଶ୍ୟକ ସମୟରେ ଯିବାକୁ ଅନୁମତି ମିଳିବ । ଲୋକଙ୍କୁ କେବଳ ମେଡିକାଲ ପାଇଁ, ରାଶନ, ଔଷଧ, କ୍ଷୀର ଓ ପରିବା କିଣି ଯିବାକୁ ଅନୁମତି ମିଳିବ । ଖାଇବା, ଔଷଧ, ମେଡିକା ଜିନିଷ, ଇ-କମର୍ସ ମାଧ୍ୟମରେ ଡେଲିଭରି ହେବ । ସେହିପରି ଆମ୍ବୁଲାନ୍ସ ସେବା ଜାରି ରହିବ । 

ସାମାଜିକସ୍ଥାନ ଯେପରି ମଲ, ହଲ, ଜିମ, ସ୍ପା, ସ୍ପୋର୍ଟସ କ୍ଲବ ବନ୍ଦ ରହିବ । ସମସ୍ତ ରେଷ୍ଟୁରାଣ୍ଟ ବନ୍ଦ ରହିବ । ଶିକ୍ଷାନୁଷ୍ଠାନ, ଟ୍ରେନିଂ, ଗବେଷଣା, କୋଚିଂ ଶିକ୍ଷାନୁଷ୍ଠାନ, ଧାର୍ମିକ ଓ ପୂଜାସ୍ଥଳ ବନ୍ଦ । କୌଣସି ଧାର୍ମିକ ଆୟୋଜନ ଅନୁମତି ନାହିଁ । ସୋସିଆଲ, ପଲିଟିକାଲ, ସ୍ପୋଟ୍ସ, ଏଣ୍ଟରଟେନମେଣ୍ଟ, ଆର୍କେଡେମିକ, କଚ୍ର କାର୍ଯ୍ୟକ୍ରମକୁ ଅନୁମତି ମିଳିବ । ଅନ୍ତିମ ସଂସ୍କାର ସ୍ଥିତିରେ ୨୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । 

ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଓ ଏଟିଏମ ଖୋଲା ରହିବାକୁ ଥିବା ବେଳେ ଟେଲିକମ୍ୟୁନିକେଶ, ଇଣ୍ଟରନେଟ ସେବା, ବ୍ରଡକାଷ୍ଟିଙ୍ଗ, କେବୁଲ ଓ ଆଇଟି ସେବା ଜାରି ରହିବ । କିନ୍ତୁ ଯଦି ସମ୍ଭବ ଏହା ଘରୁ ହେବ । ସିକ୍ୟୁରିଟି ବୋର୍ଡ ଅଫ ଇଣ୍ଡିଆର ଆଦେଶ ଅନୁସାରେ କ୍ୟାପିଟାଲ ଓ ଡେଟ ମାର୍କେଟ ସେବା ଜାରି ରହିବ । ଅନ୍ୟପକ୍ଷରେ ସମସ୍ତ କାରଖାନା, ୱାର୍କଶପ, କାର୍ଯ୍ୟାଳୟ, ଗୋଦାମରେ ଲାଗୁଥିବା ମାର୍କେଟ ବନ୍ଦ ରହିବ । 

ପ୍ରତିରକ୍ଷା, କେନ୍ଦ୍ରୀୟ ସଶସ୍ତ୍ର ବଳ, ରାଜକୋଷ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ବିଦ୍ୟୁତ ଉତ୍ପାଦନ ଓ ଟ୍ରାନ୍ସମିଶନ, ପୋଷ୍ଟ ଅଫିସ, ଏନଆଇସ, ପୋଲସି, ହୋମଗାର୍ଡ, ସିଭିଲ ଡିଫେନ୍ସ, ଅଗ୍ନିଶମ ଓ ଜରୁରୀକାଳନୀ ସେବା ଖୋଲା ରହିବ । ଜେଲ, ଜିଲ୍ଲା ପ୍ରଶାସନ, ରାଜକୋଷ, ବିଦ୍ୟୁତ, ପାଣି ଓ ସାନିଟେଶନ କାମ ଜାରି ରହିବ । 

 

  • Tags:

Subscribe

National International State Sports Entertainment