ଆଜି ଆଜମଗଡ଼-ବାରାଣସୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
Khabar Odisha:Nation-UP-CM-Yogi-Adityanath-visit-Azamgarh-today

ଆଜମଗଡ଼, ଅଗଷ୍ଟ ୦୪ (ଖବର ଓଡ଼ିଶା): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆଜମଗଡ଼ ଓ ବାରାଣସୀ ଗସ୍ତ କରୁଛନ୍ତି । ସେ ସହରର ଆଇଟିଆଇ ଓ ହରିହରପୁର ଗାଁକୁ ଯିବେ । ଲୋକସଭା ଉପନିର୍ବାଚନରେ ବିଜେପିକୁ ମିଳିଥିବା ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଜମଗଡ଼ ପାଇଁ ଏହା ପ୍ରଥମ ଗସ୍ତ । ତାଙ୍କର ଏହି ଗସ୍ତ ପାଇଁ ପ୍ରଶାସନ ଓ ପୋଲିସ ସମେତ ଅନ୍ୟ ବ୍ୟବସ୍ଥା କରାଯାଇଛି । 

ମୁଖ୍ୟମନ୍ତ୍ରୀ ଯୋଗୀ ଏହି ଗସ୍ତକାଳରେ ଆଇଟିଆଇ ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ । ଏହା ବ୍ୟତୀତ ସେ ହରିହରପୁର ମଧ୍ୟ ଯିବେ । ହରିହରପୁରରେ ପଣ୍ଡିତ ଛନ୍ନୁଲାଲା ମିଶ୍ରଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ସଂଗୀତ ପ୍ରତିଷ୍ଠାନରେ କଳାକାରଙ୍କୁ ଭେଟିପାରନ୍ତି । ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଣ୍ଡଳୀୟ ସମୀକ୍ଷା ବୈଠକ କରିବେ । 

ଆଜମଗଡ଼ ଗସ୍ତ ଶେଷ କରିବା ପରେ ଯୋଗୀ ବାରାଣସୀ ଅଭିମୁଖେ ବାହାରିବେ । ସେ ସନ୍ଧ୍ୟା ପାଖାପାଖି ୫ଟାରେ ବାରାଣସୀ ପହଞ୍ଚିପାରନ୍ତି । ସେଠାରେ ଉନ୍ନୟନ ମୂଳକ କାର୍ଯ୍ୟ, ଲୋକକଲ୍ୟାଣକାରୀ ଯୋଜନା ଓ ଆଇନ ବ୍ୟବସ୍ଥାକୁ ନେଇ ମଣ୍ଡଳୀୟ ସମୀକ୍ଷା ବୈଠକ କରିବେ । ରାତିରେ କାଶୀ ବିଶ୍ୱନାଥ ମନ୍ଦିର ଓ କାଳ ଭୈରବ ମନ୍ଦିର ଦର୍ଶନ କରିବା ସମ୍ଭାବନା ରହିଛି । 

 

  • Tags:

Subscribe

National International State Sports Entertainment