ରାୟପୁର ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଲ୍ୟାଣ୍ଡିଙ୍ଗ ସମୟରେ ୨ ପାଇଲଟ୍‌ଙ୍କ ମୃତ୍ୟୁ
Khabar Odisha:Nation-Raipur-airport-plane-crash-2-pilot-dead-shocking

ରାୟପୁର, ମେ ୧୩ (ଖବର ଓଡ଼ିଶା): ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି କ୍ରାଶ ଲ୍ୟାଣ୍ଡିଙ୍ଗ୍ କାରଣରୁ ଏଥିରେ ଥିବା ୨ ଜଣ ପାଇଲଟଙ୍କର ମୃତ୍ୟୁ ହେଶଇଛି । ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଦେଖାଯାଇଛି । ମୃତ ୨ ପାଇଲଟ ହେଲେ ଗୋପାଳ କୃଷ୍ଣ ପଣ୍ଡା ଓ ଏପି ଶ୍ରୀବାସ୍ତବ । ଅଭ୍ୟାସ ସମୟରେ ବିମାନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । କିନ୍ତୁ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । 

ରାଜ୍ୟ ସରକାରଙ୍କ ଏହି ହେଲିକପ୍ଟରଟି କ୍ରାଶ କାରଣରୁ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । କୁହାଯାଉଛି ଯେ, ଟେନିଂ ସମୟରେ ହେଲିକପ୍ଟରଟି ଦୁର୍ଘଟଣାର ସାମ୍ନା କରିଥିଲା । ବିମାନ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ରାୟପୁର ବିମାନବନ୍ଦରରେ ରାଜ୍ୟ ହେଲିକପ୍ଟର କ୍ରାଶ ହେବାର ଦୁଃଖଦ ସୂଚନା ମିଳିଛି । ଏହି କ୍ରାଶ ଯୋଗୁଁ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ପାଇଲଟଙ୍କ ମୃତ୍ୟୁ ନେଇ ଶୋକ ଜଣାଇବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । 

 

  • Tags:

Subscribe

National International State Sports Entertainment