ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ: ପ୍ରତି ୨୦କିମିରେ ଇଲେକ୍ଟ୍ରି ବସ ଲାଗି ରହିବ ଚାର୍ଜିଙ୍ଗ ଷ୍ଟେସନ
Khabar Odisha:Nation-Power-road-and-water-Delhi-charging-stations-for-electric-buses-every-20-km-on-Delhi-Mumbai-express-way

ନୂଆଦିଲ୍ଲୀ, ଫେବୃଆରୀ ୨୫ (ଖବର ଓଡ଼ିଶା): ଦେଶର ସବୁଠାରୁ ବଡ଼ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ-ୱେରେ ପ୍ରତ୍ୟେକ ୨୦କିଲୋମିଟର ଦୂରରେ ଇଲେକ୍ଟ୍ରି ବସ ଲାଗି ଚାର୍ଜିଙ୍ଗ ଷ୍ଟେସନ ରହିବ । ଏଥି ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ସୁଇଡେନ ଭଳି ଚାର୍ଜିଙ୍ଗ ଷ୍ଟେସନ ନିର୍ମାଣ କରାଯିବ । ଏହି ଚାର୍ଜିଙ୍ଗ ଷ୍ଟେସନରେ ଗାଡ଼ି ଥରଟିଏ ଚାର୍ଜ ହେବା ମାତ୍ରେ ୨୦୦ କିଲୋମିଟର ଦୌଡ଼ିବ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଅନୁସାରେ ଜାତୀୟ ରାଜପଥର ନିର୍ମାଣ କାମ ୫୦ ପ୍ରତିଶତ ପୂରା ହୋଇଛି । 

କେନ୍ଦ୍ର ମନ୍ତ୍ରୀଙ୍କ କହିବା ନଅୁସାରେ ଇଲେକ୍ଟ୍ରିକ ବସ ଚଳାଇବା ଲାଗି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ରେଳବାଇ ଭଳି ଟ୍ରାକ ବିଛାଇବାର ଯୋଜନା ରହିଛି । ଏହି ଏକ୍ସପ୍ରେସର ନିର୍ମାଣ କାମ ଶେଷ ହୋଇଯିବା ପରେ ଦିଲ୍ଲୀରୁ ମୁମ୍ବାଇ ପହଂଚିବା ଲାଗି ୧୨ ଘଣ୍ଟା ସମୟ ଲାଗିବ । ୧୨୫୮ କିଲୋମିଟର ଏହି ରାସ୍ତା ପାଇଁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହେଉଛି । ବର୍ଷ ୨୦୨୩ରେ ଏହାର ନିର୍ମାଣ କାମ ଶେଷ ହେବ । ଏହା ଗ୍ରୀନ ହାଇୱେ ହେବ ଏବଂ ପ୍ରତ୍ୟେକ ବର୍ଷ ୩୨ କୋଟି ଲିଟର ଇନ୍ଧନ ସଂରକ୍ଷିତ ରଖାଯାଇପାରିବ । ସେହିଭଳି ୮୫ କୋଟି କିଲୋମିଟର କାର୍ବନ ଡାଇ ଅକ୍ସାଇଡ ଉତ୍ସଜର୍ନ ହ୍ରାସ ପାଇବ, ଯାହାକି ୪ କୋଟି ଗଛ ଲଗାଇବା ସହ ସମାନ । ଏହି ଏକ୍ସପ୍ରେସ ୱେ ମୋଟ ୫ଟି ରାଜ୍ୟ ଦେଇ ମୁମ୍ବାଇରୁ ଦିଲ୍ଲୀରେ ପହଂଚିବ । ଏଥିରେ ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଓ ମହରାଷ୍ଟ୍ର ସାମିଲ ରହିଛି । ଜୟପୁର, କିଶନଗଡ଼, ଆଜମେର, କୋଟା, ଚିତ୍ତୋରଗଡ଼, ଉଦୟପୁର, ଭୋପାଳ, ଉଜୈନ, ଇନ୍ଦୋର, ଅହମଦାବାଦ ଓ ସୁରତର ଇକୋନୋମିକ ହବକୁ ମଧ୍ୟ ଲାଭ ପହଂଚାଇବ ।

 

  • Tags:

Subscribe

National International State Sports Entertainment