‘ନମାମୀ ଗଙ୍ଗେ ମିଶନ’ରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ ୬ଟି ପ୍ରକଳ୍ପ
Khabar Odisha:Nation-PM-Modi-to-inaugurate-6-mega-projects-in-Uttarakhand-under-Namami-Gange-today

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୬ଟି ମେଗା ପ୍ରକଳ୍ପକୁ ଉଦଘାଟନ କରିବେ । ଉତ୍ତରାଖଣ୍ଡରେ ନିର୍ମିତ ଏହି ପ୍ରକଳ୍ପ ଗୁଡ଼ିକ ‘ନମାମୀ ଗଙ୍ଗେ ମିଶନ’ ଅନ୍ତର୍ଗତ ନିର୍ମାଣ ହୋଇଛି । ଭିଡିଓ ବାର୍ତ୍ତା ଜରିଆରେ ମୋଦୀ ଦ୍ୱାରା ମୋଦୀ ପୂର୍ବାହ୍ନ ୧୧ଟାରେ ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଏଥି ସହିତ ମୋଦୀ ଜଳ ଜୀବନ ମିଶନକୁ କାର୍ଯ୍ୟକାରୀ କରିବା ପରୀପ୍ରେକ୍ଷିରେ ଗାମପଂଚାୟତ ଓ ପାଣି ସମିତି ନେଇ ଗାଇଡଲାଇନ ଜାରି କରିବେ । 

ପିଏମଓ ପକ୍ଷରୁ କୁହାଯାଇଛି ଯେ, ଉଦଘାଟନ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ହରିଦ୍ୱାରାରେ ନିର୍ମିତ ୬୮ ଏମଏଲଡି ଏସଟିପି, ୨୭ଏମଏଲଡି ଜଗତିପୁର ସାମିଲ ଅଛି । ସେହିଭଳି ଋଷିକେଶରେ ୨୬ଏମଏଲଡି ଏସଟିପି ଉଦଘାଟନ ହେବ । 

ପିଏମଓ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି ଯେ, ଗଙ୍ଗା ନଦୀ କୂଳରେ ରହୁଥିବା ୧୭ଟି ସହରର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୩୦ଟି ପ୍ରକଳ୍ପ ନିର୍ମାଣ କାମ ଶେଷ ହୋଇଛି । ନିଶ୍ଚିତ ଭାବେ ଏହା ଏକ ସଫଳତା । ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀର ଇତିହାସ, ସଂସ୍କୃତି ଓ ଜୈବବିବିଧତାକୁ ନେଇ ନିମିର୍ତ ସଂଗ୍ରହାଳୟ ‘ଗଂଗା ଅବଲୋକନ’ ଉଦଘାଟନ କରିବେ । ଏହି ସଂଗ୍ରହାଳୟ ହରିଦ୍ୱାରସ୍ଥିତ ଚାନ୍ଦି ଘାଟରେ ରହିଛି । 

 

  • Tags:

Subscribe

National International State Sports Entertainment