ସରକାରଙ୍କ ଯୋଜନା: କରୋନା ଟିକାକରଣରେ ଖୁବ ଶୀଘ୍ର ହୋଇପାରେ ଘରୋଇ ସଂସ୍ଥାର ପ୍ରବେଶ!
Khabar Odisha:Nation-Nation-Private-sector-entry-may-soon-take-place-in-corona-vaccination-process

ନୂଆଦିଲ୍ଲୀ, ଫେବୃଆରୀ ୨୩ (ଖବର ଓଡ଼ିଶା): ମହାରାଷ୍ଟ୍ର, କେରଳ, ଛତିଶଗଡ଼, ପଂଜାବ ଓ ମଧ୍ୟପ୍ରଦେଶରେ ପୁଣି ଥରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନର ସ୍ଥିତିକୁ ଦେଖି ଗୃହମନ୍ତ୍ରୀ ଅମିତ ଶାହା ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କରୋନା ଟିକାକରଣକୁ ତୀବ୍ର କରିବାକୁ କହିଛନ୍ତି । କେନ୍ଦ୍ର ସରକାର ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ କରୋନା ଟିକା ଦେବା ପାଇଁ ପଦକ୍ଷେପ ନେଇପାରନ୍ତି । ଏମିତିରେ ଦେଶର ପାଖାପାଖି ୨୭ କୋଟି ଲୋକଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ଘରୋଇ ସଂସ୍ଥାର ସହଯୋଗ ଲୋଡ଼ିବାକୁ ଯାଉଛନ୍ତି । ଏହା ଦ୍ୱାରା କମ ସମୟ ମଧ୍ୟରେ ଟିକାକରଣ ଅଭିଯାନ ପୂରା କରାଯାଇପାରିବ । ଏହି ପର୍ଯ୍ୟାୟରେ ୫୦ ବର୍ଷରୁ କମ ବୟସର ଲୋକଙ୍କୁ ମଧ୍ୟ ସାମିଲ କରାଯିବ, ଯେଉଁମାନଙ୍କ ଦ୍ୱାରା କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । 

ନୀତି ଆୟୋଗର ସଦସ୍ୟ ଡାକ୍ତର ଭିକେ ପାଲଙ୍କ କହିବା ଅନୁସାରେ କରୋନା ଟିକାକରଣରେ ଘରୋଇ ସଂସ୍ଥାର ଭୂମିକାର ପୂରା ବିବରଣୀ ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ସରକାରଙ୍କ ତରଫରୁ ଗଠିତ ମହମାରୀରୁ ନିସ୍ତାର ପାଇବା ଲାଗି ଟିମ ପ୍ରମୁଖ ଭୂମିକା ନେଇଛି । ସ୍ୱାସ୍ଥ୍ୟକର୍ମୀମାନେ ଓ ସମ୍ମୁଖ ଯୋଦ୍ଧାମାନେ ଟିକାକରଣରେ ଘରୋଇ ସଂସ୍ଥାମାନେ ପ୍ରମୁଖ ସାମିଲ ଅଛନ୍ତି । ଯେକୌଣସି ଦିନ ଲଗାଯାଉଥିବା ୧୦ ହଜାର ଟିକା ମଧ୍ୟରୁ ୨ ହଜାର ଟିକା ଘରୋଇ କଂପାନୀ ଦ୍ୱାରା ହିଁ ଦିଆଯାଉଛି । ଟିକାକରଣକୁ ଆମେ ଯେତିକି ଅଧିକ ତୀବ୍ର କରିବା, ଘରୋଇ କଂପାନୀର ଭୂମିକା ସେତିକି ଅଧିକ ସକ୍ରିୟ ରହିବ । 

ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଯେ, ସରକାରଙ୍କ ଯୋଜନା ପ୍ରତିଦିନ ୫୦ ହଜାର ଲୋକଙ୍କୁ ଟିକା ଦେବା । ଏପର୍ଯ୍ୟନ୍ତ ୧ କୋଟି ୭ ହଜାର ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ସୂତ୍ର ଅନୁସାରେ ଆଗାମୀ ପର୍ଯ୍ୟାୟରେ ପାଖାପାଖି ୪୦ରୁ ୫୦ ପ୍ରତିଶତ ଟିକାକରଣ ଘରୋଇ ସେକ୍ଟର ମାଧ୍ୟମରେ କରାଯିବ । 

 

  • Tags:

Subscribe

National International State Sports Entertainment