ଦୁଷ୍କର୍ମ ଉଦ୍ୟମ କରିଥିଲେ, ଏବେ ମାଗଣାରେ ମହିଳାଙ୍କ କପଡ଼ା ଧୋଇବେ; କୋର୍ଟ ଦେଲେ ଆଦେଶ
Khabar Odisha:Nation-Molestation-accused-sentenced-to-free-washing-and-ironing-of-womens-clothes

ପାଟଣା, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): ବିହାରର ମଧୁବନୀ ଜିଲ୍ଲାର ଏକ ଅଦାଲତ ମହିଳାଙ୍କ ସହିତ ଅସଦାଚରଣ ସହିତ ଟଣାଓଟରାର ଅଭିଯୁକ୍ତକୁ ନିଜ ଗାଁର ସମସ୍ତ ମହିଳାଙ୍କ କପଡ଼ା ଧୋଇବା ଏବଂ ଆଇରନ କରିବାକୁ ଆଦେଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲା ଜଜ ଅବିନାଶ କୁମାର ଅଭିଯୁକ୍ତ ଲଲନ କୁମାର ସାଫଙ୍କ ଜାମିନ ମଂଜୁର କରିବା ସମୟରେ ଏହି ଆଦେଶ ଦେଇଛନ୍ତି ।   

ଅଭିଯୁକ୍ତ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ଜେଲରେ ଥିଲା । ବିରୋଧୀ ପକ୍ଷର ଓକିଲ କହିଛନ୍ତି ଯେ, ସେ କପଡ଼ା ଧୋଇବା କାମ କରିଥାଏ ଏବଂ ସମାଜର ସେବା କରିବାକୁ ଚାହୁଁଛି । ଆବେଦନକାରୀ ପକ୍ଷରୁ ଓକିଲ ମଧ୍ୟ କହିଛନ୍ତି ଯେ, ଅଭିଯୋଗକାରିଣୀ ମାମଲାର ସମାଧାନ ଚାହୁଁଛନ୍ତି । 

ଅଦାଲତ ଅଭିଯୁକ୍ତଙ୍କୁ ଜାମିନ ଦେବା ଅବସରରେ ଆଦେଶ ମଧ୍ୟ ଦେଇଛନ୍ତି ଯେ, ୨୦ ବର୍ଷୀୟ ଲଲନ କୁମାରକୁ ମଝୋର ଗାଁରେ ପାଖାପାଖି ୨୦୦୦ ମହିଳାଙ୍କ ୬ ମାସ ପର୍ଯ୍ୟନ୍ତ କପଡ଼ା ମାଗଣାରେ ଧୋଇବା ଓ ଆଇରନ କରିବାକୁ ପଡ଼ିବ । ଏହାର ଖର୍ଚ୍ଚ ଲଲନ କୁମାରଙ୍କୁ ଉଠାଇବାକୁ ହେବ । ସୂଚନାଯୋଗ୍ୟ, କପଡ଼ା ସଫା କରୁଥିବା ଲଲନ କୁମାର ଏପ୍ରିଲ ମାସରେ ଦୁଷ୍କମ ଉଦ୍ୟମ ଅଭିଯୋଗରେ ପୋଲିସ ଗିରଫ କରିଥିଲା । କୋର୍ଟଙ୍କ ଏଭଳି ରାୟ ନେଇ ଗାଁର ମହିଳାମାନେ ବହୁତ ଖୁସି ହୋଇଛନ୍ତି । 

 

  • Tags:

Subscribe

National International State Sports Entertainment