ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ୋଦରାରେ ଆୟୋଜିତ ନମୋ ଫର୍ ବିକଶିତ ଭାରତ କାର୍ଯ୍ୟକ୍ରମରେ ଦେଶ ଉଦ୍ଦେଶ୍ୟ ୩୫,୦୦୦ କୋଟି ଟଙ୍କା ପ୍ରକଳ୍ପକୁ ଉତ୍ସର୍ଗୀକୃତ କରିଛନ୍ତି । ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଏଥିରେ ୨୮୦୦ କିଲୋମିଟର୍ ବିଶିଷ୍ଟ ଲମ୍ବା ରେଳ ମାଲ ପରିବହନ କରିଡର୍ ସାମିଲ ରହିଛି । ଏହାକୁ ଏକବିଂଶ ଶତାବ୍ଦୀର ଏକ ଐତିହାସିକ ସଫଳତାଭାବେ ବିବେଚନା କରାଯାଉଛି । ଏହି ଅବସରରେ ମୋଦୀ କଂଗ୍ରେସ ଏବଂ ବିଜେପିର କାର୍ଯ୍ୟଶୈଳୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି । ଏହି ପ୍ରକଳ୍ପର ପରିକଳ୍ପନା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ କରିଥିଲେ । କିନ୍ତୁ ୟୁପିଏ ସରକାର ସମୟରେ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ରହିଥିଲା । ୨୦୦୪ ମସିହାରେ ଏହି ରେଳ କରିଡର୍ ପ୍ରକଳ୍ପ ଆସିଥିଲା । କିନ୍ତୁ ୨୦୧୪ ପର୍ଯ୍ୟନ୍ତ କୌଣସି କାମ ହୋଇନଥିଲା । କେବେଳ ବିଭାଗରୁ ବିଭାଗକୁ ଫାଇଲ୍ ସ୍ଥାନାନ୍ତରିତ ହୋଇଥିଲା । ୨୦୧୪ରେ କେନ୍ଦ୍ରରେ ପୁଣି ଥରେ ଏନଡିଏ ସରକାର ଆସିବା ପରେ ଏହି କରିଡର୍ କ୍ଷୀପ୍ର ଗତିରେ ଆରମ୍ଭ ହୋଇଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ରେଳ ପରିବହନ କରିଡରର ସ୍ୱାଧୀନତା ପରଠାରୁ ଯେଉଁ ଅଞ୍ଚଳରେ ଯୋଗାଯୋଗ ହୋଇ ପାରୁ ନ ଥିଲା ସେଠାକୁ ଯୋଗାଯୋଗ ହୋଇଛି । ପୂର୍ବ କଂଗ୍ରେସ ସରକାର ଟାର୍ଗେଟ୍ କରି କହିଛନ୍ତି ଯେ ୨୦୧୪ ପରଠାରୁ ୫୦, ୦୦୦ ଅତ୍ୟାଧୁନିକ ରେଳ କୋଚ୍ ନିର୍ମାଣ କରାଯାଇଥିବାବେଳେ ପୂର୍ବ ସରକାର ୧୦ ବର୍ଷରେ ୫୦, ୦୦୦ ଶୌଚାଳୟ ମଧ୍ୟ ନିର୍ମାଣ କରିପାରିଲେ ନାହିଁ । ମାନ୍ୟୁଫାକ୍ଚରିଂ କ୍ଷେତ୍ରରେ ଭାରତରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି । ଚିପ୍ସଠାରୁ ନେଇ ଜାହାଜ ପର୍ଯ୍ୟନ୍ତ ଏବେ ଭାରତରେ ତିଆରି ହେଉଛି ।
ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ସହିତ ଆଲୋଚନା ବେଳେ ପୁଣି ଥରେ ବ୍ୟାଙ୍ଗାତ୍ମକ ଶୈଳୀରେ କଂଗ୍ରେସକୁ “ନାରାଜ୍ ଫୁଫା ଜୀ” ବା ରାଗିଥିବା ପିୟୁସା ଶବ୍ଦର ବ୍ୟବହାର କରିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର ଜିଡିପି ୭.୮ ପ୍ରତିଶତରେ ପହଁଚିବାକୁ ନେଇ କଂଗ୍ରେସ ଉଠାଉଥିବ ପ୍ରଶ୍ନରେ ମୋଦୀ କହିଛନ୍ତି ଯେ ନକରାତ୍ମକ ଚିନ୍ତାଧାରାର ଲୋକେ ସରକାରଙ୍କ ଉଦ୍ୟମକୁ ବିରୋଧ କରିବାକୁ ଏକ ଖେଳ ଭାବି ସାରିଲେଣି । କଲେଜ ପରିସରର ବାହାରେ ଏଭଳି ଆପଣଙ୍କୁ ଦୁଇ ପ୍ରକାର ଲୋକ ମିଳିବେ । ଜଣେ ଯିଏ ସକାରାତ୍ମକ ଚିନ୍ତାଧାରାରେ ଦେଶର ଶକ୍ତି ସହିତ ପରିବର୍ତ୍ତନ ହେଉଛନ୍ତି । ଆଉ ଅନ୍ୟ ଜଣେ ଯିଏ କାମ ଆରମ୍ଭରୁ ହିଁ ପିୟୁସାଙ୍କ ଭଳି ରୁଷିକୁ ବସି ଯାଉଛନ୍ତି ।