ଆଜିଜଲ, ଅଗଷ୍ଟ ୨୨ (ଖବର ଓଡ଼ିଶା): ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗାଙ୍କ ଝିଅ ଜଣେ ଡାକ୍ତରଙ୍କ ଉପରେ ଆକ୍ରୋଶିତ ହୋଇଛନ୍ତି । ଡାକ୍ତରଙ୍କୁ ଆକ୍ରମଣ କରିଥିବା ଭିଡିଓ ଭାଇରାଲ ହୋଇଛି । ସିସିଟିଭିରେ ଏହି ଘଟଣାର ଦୃଶ୍ୟ କଏଦ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ଏହି ଦୁର୍ବ୍ୟବହାର ବିରୋଧରେ ଆଇଏମଏ ପ୍ରଦର୍ଶନ କରିଛି । ଇଣ୍ଡିଆନ ମେଡିକାଲ ଆସୋସିଏସନର ମିଜୋରାମ ଶାଖା ନିଜର କ୍ଲିନିକରେ କଳା ବ୍ୟାଜ ପିନ୍ଧି ଆକ୍ରମଣକୁ ବିରୋଧ କରିଛନ୍ତି । ସୂଚନାଯୋଗ୍ୟ, ଏହି ମାମଲା ଗତ ୧୭ ତାରିଖରେ ଘଟିଥିଲା । ଭିଡିଓ ଭାଇରାଲ ହେବା ପରେ ମାମଲା ଚାରିଆଡେ ଜଣାପଡ଼ିଛି ।
ସିସିଟିଭ ଫୁଟେଜରେ ଜଣେ ମହିଳାଙ୍କୁ ପ୍ରାଇଭେଟ କ୍ଲିନିକରେ ଡ୍ୟୁଟି ସମୟରେ ଡାକ୍ତରଙ୍କ ଉପରେ ଆକ୍ରମଣ କରୁଥିବା ଅବସ୍ଥାରେ ଦେଖାଯାଇପାରିବ ମହିଳା ଜଣକ ମିଲାରୀ ଛଙ୍ଗଟେ ଭାବେ ଚିହ୍ନଟ ହୋଇଛନ୍ତି, ଯିଏ କି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗାଙ୍କ ଝିଅ । ମୁଖ୍ୟମନ୍ତ୍ରୀଙ୍କ ଝିଅ ଯେଉଁ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ, ତାଙ୍କର ନାଁ ଡା, ଜୋନୁନା ।
ମିଜୋରାମ ଶାଖାର ଇଣ୍ଡିଆନ ମେଡିକାଲ ଆସୋସିଏଶନ ଡାକ୍ତରଙ୍କ ଉପରେ କ୍ଲିନିକରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି । ସେମାନେ ମିଜୋରାମ ପ୍ରୋଟେକଶନ ଅଫ ମେଡିକାଲ ସର୍ଭିସ ପର୍ସନାଲ ଏବଂ ମେଡିକାଲ ସର୍ଭିସ ଇଷ୍ଟୁିଚ୍ୟୁଶନକୁ ଲାଗୁ କରିବାକୁ ଦାବି ଜଣାଇଛନ୍ତି । ପୂର୍ବରୁ ମଧ୍ୟ ଏହା ସରକାଣଙ୍କ ସାମ୍ନାରେ ଉପସ୍ଥାପିତ କରାଯାଇଛି ।