ତିରୁଅନନ୍ତପୁରମ୍: ପ୍ରେମିକକୁ ବିଷ ଦେଇ ହତ୍ୟା କରିବା ଘଟଣାରେ କେରଳର ଏକ ଅଦାଲତ ଏକ କଡ଼ା ଦଣ୍ଡାଦେଶ ଦେଇଛନ୍ତି । ପ୍ରେମିକକୁ ହତ୍ୟା କରିବା ଅପରାଧରେ ତିରୁଅନନ୍ତପୁରମର ଏକ ସ୍ଥାନୀୟ ଅଦାଲତ ପ୍ରେମିକାକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ମୃତ ପ୍ରେମିକ ହେଲେ ଶୋରୋନ୍ ରାଜ । ଅଭିଯୁକ୍ତ ପ୍ରେମିକା ହେଲେ ଗ୍ରୀଷ୍ମା । ଏହା ସହିତ ପ୍ରେମିକାର ଦାଦା ନିର୍ମଳ କୁମାରଙ୍କୁ ମଧ୍ୟ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।
କୋର୍ଟ ଶୁଣାଣୀବେଳେ କହିଛନ୍ତି ଏହା ଏକ ଜଘନ୍ୟ ଅପରାଧ । ତେଣୁ ଅଭିଯୁକ୍ତ ପ୍ରତି ତିଳେ ମାତ୍ର କୋହଳ ମନୋଭାବ ପ୍ରଦର୍ଶନ କରାଯିବ ନାହିଁ । ପ୍ରତ୍ୟେକ୍ଷଦର୍ଶୀ ନ ଥିବା ସତ୍ୱେ ପୋଲିସର ତଦନ୍ତକୁ ପ୍ରଶଂସା କରିଛନ୍ତି କୋର୍ଟ । ଜ୍ୟୋତିଷଙ୍କ ଭବିଷ୍ୟବାଣୀର ଡରରେ ସେ ନିଜ ସମ୍ପର୍କକୁ ଶେଷ କରିବାକୁ ଚାହୁଁଥିଲେ । ଜ୍ୟୋତିର୍ବିଦ କହିଥିଲେ ଯେ ପ୍ରଥମେ ତୁମ ସ୍ୱାମୀର ମୃତ୍ୟୁ ହୋଇଯିବ । ସେଥିପାଇଁ ଶାନ୍ତିପୂର୍ଣ୍ଣଭାବରେ ଆଉ କେଉଁଠି ବିବାହ କରିବା ପାଇଁ ନିଜ ପ୍ରେମିକକୁ ହତ୍ୟା କରିଥିଲା । ୨୦୨୨ ଅକ୍ଟୋବର ୧୪ ତାରିଖରେ ନିଜ ପ୍ରେମିକ ଶୋରୋନକୁ ଆୟୁର୍ବେଦିକ ଔଷଧରେ ବିଷ ମିଶାଇ ଦେଇଥିଲା । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଶୋରୋନଙ୍କ ପରିବାର କହିଛନ୍ତି କି ଗ୍ରୀଷ୍ଣା ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ । ସେଥିପାଇଁ ସେ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ସଫା କରିବାକୁ ଉଦ୍ୟମ କରିଥିଲା । ସେଥିପାଇଁ ନିୟମିତ ଏକ ଆୟୁର୍ବେଦିକ ଟନିକରେ ବିଷାକ୍ତ ଦ୍ରବ୍ୟ ମିଶାଇ ଖାଇବାକୁ ଦେଇଥିଲା । ୧୧ ଦିନ ପରେ ଧିରେ ଧିରେ ଶୋରୋନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଶୋରୋନ୍ ରାଜ ରେଡିଓଲୋଜିରେ ବିଏସସି କରୁଥିଲେ । ସେ ଶେଷ ବର୍ଷର ଛାତ୍ର ଥିଲେ । କନ୍ୟାକୁମାରୀର ଏକ ଘରୋଇ କଲେଜରେ ପଢ଼ୁଥିବା ସମୟରେ ସେ ଗ୍ରୀଷ୍ମାଙ୍କ ସହିତ ତାଙ୍କର ଭେଟ ହୋଇଥିଲା । ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଉଭୟ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ରହିଥିଲେ ।