ଭୁବନେଶ୍ୱର : ମୌନି ଅମାବାସ୍ୟାରେ ଅମୃତ ସ୍ନାନ ପୂର୍ବରୁ ଆଖଡ଼ା ଗୁଡିକରେ ବ୍ୟାପକ ଭାବରେ ନୂଆ ପୀଢିର ସାଧୁ ମାନଙ୍କୁ ଦୀକ୍ଷା ଦେବାର ପ୍ରସ୍ତୁତ ଆରମ୍ଭ ହୋଇଛି। ମହାକୁମ୍ଭରେ ୧୩ଟି ଆଖଡ଼ା ସ୍ଥଳ ସନାତନ ଧର୍ମର ଶକ୍ତି । ଏହି ଅବସରରେ ଦେଶବିଦେଶର ୧୦୦୦ ମହିଳା ଦୀକ୍ଷା ନେଇପାରନ୍ତି ବୋଲି ଜୁନା ଆଖଡ଼ାର ମହିଳା ସନ୍ଥ ଦିବ୍ୟା ଗିରି ପ୍ରକାଶ ସୂଚାନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଜୁନା ଆଖଡ଼ାରେ ପ୍ରାୟତଃ ୨୦୦ ମହିଳା ସନ୍ୟାସୀ ଦୀକ୍ଷା ନେବେ ଆଉ ଯଦି ସବୁ ଆଖାଡାକୁ ମିଶା ଯାଏ ତେବେ ଏହି ସଂଖ୍ୟା ୧୦୦୦ ପାରା ହୋଇଯିବ ବୋଲି ସେ କହିଥିଲେ । ଦୀକ୍ଷା ପାଇଁ ପଞ୍ଜିକରଣ ପ୍ରକ୍ରିୟା ମଧ୍ୟ ଚାଲୁଛି ।
ତେବେ ଏଥର ଯେଉଁ ମହିଳା ମାନେ ଦୀକ୍ଷା ସଂସ୍କାର ନେଉଛନ୍ତି ସେମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷା ପ୍ରାପ୍ତ ମହିଳାଙ୍କ ସଂଖ୍ୟା ଅଧିକ । ସେହିପରି ଆଖଡ଼ା ଗୁଡିକରେ ନାରୀ ଶକ୍ତିକୁ ପରିଚୟ ଦେବାରେ ଶ୍ରୀ ପଞ୍ଚଦଶନାମ ଜୁନା ଆଖଡ଼ା ଆଗରେ ରହିଛି । ମହାକୁମ୍ଭ ପୂର୍ବରୁ ଜୁନା ଆଖଡ଼ାର ମହିଳା ସାଧୁଙ୍କୁ ‘ସନ୍ନ୍ୟାସୀନି ଶ୍ରୀ ପଞ୍ଚ ଦଶନାମ ଜୁନା ଅଖଡା’ ଟାଇଟଲ ମିଳିଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ମହାକୁମ୍ଭ ମେଳାରେ ଭୟଙ୍କର ଅଗ୍ନିକାଣ୍ଡ; ଚାରିଆଡ ଧୂଆଁମୟ, ଗୋଟିଏ ପରେ ଗୋଟିଏ ଟେଣ୍ଡକୁ ବ୍ୟାପୁଛି ନିଆଁ