ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି, ସେନାର ଉଦ୍ଧାର କାର୍ଯ୍ୟ ଜାରି
Khabar Odisha:Nation-Manipur-landslide-people-killed-army-running-rescue-operation

ଇମ୍ଫାଲ, ଜୁଲାଇ ୦୨ (ଖବର ଓଡ଼ିଶା): ମଣିପୁରରେ ଗତ ୨୯ ତାରିଖରେ ହୋଇଥିବା ଭୂସ୍ଖଳନରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଠାରେ ବଡ଼ଧରଣର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ମଣିପୁର ଭୂସ୍ଖଳନ ପରେ ନିଖୋଜ ବ୍ୟକ୍ତିଙ୍କ ପତ୍ତା ଲଗାଇବା ପାଇଁ ଅପରେଶନ ଜାରି ରହିଛି । ନିଖୋଜ ୧୫ ଜଣ ସେନା ଓ ୨୯ ଜଣ ସ୍ଥାନୀୟ ଲୋକଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅପରେଶନ ବଳରେ ୧୩ ଜଣ ସେନା ଓ ୫ ଜଣ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେହିପରି ୧୫ ଜଣ ସେନା ଓ ୫ ଜଣ ସ୍ଥାନୀୟ ଲୋକଙ୍କର ମୃତଦେହ ଉଦ୍ଧାର ହୋଇଛି । ମଣିପୁରର ନୋନୀରେ ଗତ ବୁଧବାର ବିଳମ୍ବିତ ରାତିରେ ଟୁପୁଲ ରେଳଷ୍ଟେସନ ନିକଟରେ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଖୋଜ ଲୋକଙ୍କୁ ଉଦ୍ଧାର କରାଯିବା ପାଇଁ ଅଭିଯାନ ଜାରି ରହିଛି । ଗାଁ ଲୋକେ ଜଣେ ଶିଶୁ ସମେତ ୫ ଜଣ ନିଖୋଜ ଥିବା କହୁଛନ୍ତି । 

ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ମୃତକଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କା ଓ ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦-୫୦ ହଜାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । ଏଥି ସହିତ ଘଟଣାସ୍ଥଳକୁ ନିଜେ ଯାଇ ଘଟଣା ସଂପର୍କରେ ଅବଗତ ହୋଇଛନ୍ତି । ସେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା କର୍ମୀଙ୍କୁ ପ୍ରୋତ୍ସାହିତ କରିଛନ୍ତି । 

 

  • Tags:

Subscribe

National International State Sports Entertainment