ମୁଖ୍ୟମନ୍ତ୍ରୀ ହେବା ପରେ ଏକନାଥ ଶିନ୍ଦେ କହିଲେ- ଆମେ ସେମିତି କିଛି ଭୁଲ କରିନାହୁଁ
Khabar Odisha:Nation-Maharastra-CM-Eknath-Shinde-said-nothing-did-wrong

ମୁମ୍ବାଇ, ଜୁଲାଇ ୦୨ (ଖବର ଓଡ଼ିଶା): ଆମ ଆମର ବିଚାରଧାରା, ବାଲାସାହେବଙ୍କ ହିନ୍ଦୁତ୍ୱ ଓ କ୍ଷେତ୍ରର ବିକାଶ ଉପରେ କାମ କରିବା ପାଇଁ ଆଗେ ବଢ଼ିଛୁ । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୧୦ ଦିନ ପର୍ଯ୍ୟନ୍ତ ଚାଲିଥିବା ରାଜନୈତିକ ନାଟକ ପରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ଶିନ୍ଦେ ଗୁରୁବାର ମୁଖ୍ୟମନ୍ତ୍ରୀ ପଦବିର ଶପଥ ଗ୍ରହଣ କରିଥିଲେ । 

ବିଜେପି ସହ ସରକାର ଗଢ଼ିବା ନେଇ ଜାତୀୟ ଗଣମାଧ୍ୟମକୁ ଏକନାଥ ଶିନ୍ଦେ କହିଛନ୍ତି ଯେ, ପୂର୍ବରୁ ଶିବସେନାର ବିଜେପି ସହ ମେଣ୍ଟ ଥିଲା । ବିଜେପି ସହିତ ଆମର ପ୍ରାକୃତିକ ମେଣ୍ଟ ରହିଛି । ଆମେ ଏହି ରାସ୍ତାକୁ ବାଛିଛୁ । ଆମେ କୌଣସି ଭୁଲ ରାସ୍ତା ବାଛିନାହୁଁ । ଆମ ପାଖରେ ୫୦ ଜଣ ବିଧାୟକ । କିନ୍ତୁ ବିଜେପି ପାଖରେ ୧୧୫ରୁ ୧୨୦ ବିଧାୟକ । ମୋଟ ୧୭୦ରୁ ଅଧିକ ବିଧାୟକ । ଦୁଇ ତୃତୀୟାଂଶ ଲୋକ ଆମ ସାଥୀରେ ଅଛନ୍ତି । 

ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି ଯେ, ଦେବେନ୍ଦ୍ର ଫଡଣବୀସ ଚାହୁଁଥିଲେ ଯେ, ମୁଁ ମୁଖ୍ୟମନ୍ତ୍ରୀ ହୁଏ । ସେ ମନ୍ତ୍ରିମଣ୍ଡଳକୁ ବାହାରୁ ସମର୍ଥନ କରିବେ । କିନ୍ତୁ ଆମେ ସମସ୍ତେ ଚାହୁଁଥିଲୁ ଯେ, ସେ ମନ୍ତ୍ରିମଣ୍ଡଳରେ ରୁହନ୍ତି । ଏହା ଦ୍ୱାରା ରାଜ୍ୟକୁ ଏକ ମଜବୁତ ସରକାର ମିଳିବ । ମୁଁ ଯେତେବେଳେ ତାଙ୍କ ଘରେ ଥିଲି, ତାଙ୍କୁ ଉପରୁ ମେସେଜ ଆସିଲା, ଯାହା ଫଳରେ ସେ ଉପମୁଖ୍ୟମନ୍ତ୍ରୀ ପଦବିର ଶପଥ ନେଲେ । 

 

  • Tags:

Subscribe

National International State Sports Entertainment