ଚଢ଼ଉରେ ମିଳିଥିଲା ୩୦ କୋଟି, ମାମଲା ରଫାଦଫା ପାଇଁ ପୋଲିସ ନେଇଥିଲା ୬ କୋଟି!
Khabar Odisha:Nation-Maharashtra-black-money-information-police-raided-builder-house-got-30-crores

ମୁମ୍ବାଇ, ମେ ୧୨ (ଖବର ଓଡ଼ିଶା): ମହାରାଷ୍ଟ୍ରର ମୁମ୍ବ୍ରା ପୋଲିସ ଷ୍ଟେସନର ୩ ଜଣ ଅଧିକାରୀ ଓ ୭ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏହି କର୍ମଚାରୀମାନେ କଳା ଟଙ୍କା ସଂପର୍କିତ ସୂଚନା ପାଇଁ ଜଣେ ବିଲଡରଙ୍କ ଘର ଉପରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ସେମାନେ ନଗଦ ୩୦ କୋଟି ଟଙ୍କା ପାଇଥିଲେ । ଅଭିଯୋଗ ହେଉଛି ଯେ, ମାମଲାର ରଫାଦଫା ପାଇଁ ପୋଲି ଅଧିକାରୀମାନେ ବଳପୂର୍ବକ ୬ କୋଟି ଟଙ୍କା ନେଇଥିଲେ । ଏନେଇ ଠାଣେ ସହର ପୋଲିର ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ମାମଲାର ତଦନ୍ତ ଜାରି ରହିଛି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୁମ୍ବ୍ରା ପରିମଣ୍ଡଳର ସହାୟକ ଆୟୁକ୍ତ ବ୍ୟକଟ ଆନ୍ଧଛେ ଓ ମୁମ୍ବ୍ରା ପୋଲିସ ଷ୍ଟେସନର ପ୍ରଭାରୀ ଅଶୋକ କଡକଲକଙ୍କ ଡିପାର୍ଟମେଣ୍ଟାଲ ଯାଞ୍ଚର ଆଦେଶ ଠାଣେ ସହର ପୋଲି ତରଫରୁ ଜାରି ହେବା କୁହାଯାଇଥିଲା । ଅଭିଯୁକ୍ତ ପୋଲିସ କର୍ମଚାରୀ ଛୁଟିରେ ଯାଇଥିଲେ । ମୁମ୍ବ୍ରା ପୋଲିସ ଷ୍ଟେସନର ଗୀତାରାମ ଶେୱାଲେ, ହର୍ଷଲ ।କଳେ ଓ ମଦନେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୀତାରାମ ଶେୱାଲେ ମୁମ୍ବ୍ରା ପୋଲିସ ଷ୍ଟେସନରେ କ୍ରାଇମ ପୋଲିସ ନିରୀକ୍ଷକ । ହର୍ଷ କାଲେ ପୋଲିସ ନିରୀକ୍ଷକ । ଏମାନଙ୍କୁ ଗତ ଏପ୍ରିଲ ୧୨ ତାରିଖରେ ସୂଚନା ମିଳିଥିଲା ଯେ, ମୁମ୍ବ୍ରାରେ ବିଲ୍ଡର ଫୈଜଲ ମେନନଙ୍କ ଘରେ ବ୍ୟାପକ ପରିମାଣରେ କଳା ଟଙ୍କା ରହିଛି । 

ଉପରୋକ୍ତ ସୂଚନା ଆଧାରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ନଗଦ ୩୦ କୋଟି ଟଙ୍କା ମିଳିଥିଲା । ଏହି ଟଙ୍କା ମୁମ୍ବ୍ରା ପୋଲିସ ଷ୍ଟେସନ ଅଣାଯାଇଥିଲା । ଅଭିଯୋଗ ଅନୁସାରେ ପୋଲିସ ମାମଲାକୁ ଚାପି ଦେବା ପାଇଁ ୬ କୋଟି ଟଙ୍କା ନେଇଥିଲା । ଇବ୍ରାହୀମ ଶେଖ ନାମରେ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି । ପୋଲିସ ମାମଲାର ଯାଞ୍ଚ କରୁଛି । 

 ରେ କ୍ରାଇମ୍ 

 

  • Tags:

Subscribe

National International State Sports Entertainment