ରାୟପୁର-ଛିନ୍ଦୱାଡା ସଂପୂର୍ଣ୍ଣ ଲକ୍‌ଡାଉନ୍‌, ପୂରା ପଂଜାବ ସହ ଲଖନଉରେ ରାତ୍ରିକାଳନୀ କର୍ଫ୍ୟୁ
Khabar Odisha:Nation-Corona-virus-updates-cases-complete-lockdown-Raipur-Chindwada

ନୂଆଦିଲ୍ଲୀ, ଏପ୍ରିଲ ୦୮ (ଖବର ଓଡ଼ିଶା): କରୋନା ଭାଇରସ ସଂକ୍ରମଣ ବଢ଼ିବା ପରେ ଛତିଶଗଡ଼ର ରାଜଧାନୀ ରାୟପୁର ଓ ମଧ୍ୟପ୍ରଦେଶର ଛିନ୍ଦୱାଡା ସହରକୁ ସଂପୂର୍ଣ୍ଣ ଭାବେ ଲକଡାଉନ୍ ଘୋଷଣା କରି ଦିଆଯାଇଛି । ଅପରପକ୍ଷେ ପଂଜାବରେ ସଂପୂର୍ଣ୍ଣ ଭାବେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମାନ ପ୍ରକାରର ବ୍ୟବସ୍ଥା କରାଯାଇଛି । 

ଛିନ୍ଦୱାଡାରେ ଏପ୍ରିଲ ୮ ତାରିଖ ଠାରୁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ ଲାଗୁ ହୋଇଛି । ଏଥି ସହିତ ମଧ୍ୟପ୍ରଦେଶର ସହରାଂଚଳରେ ୮ ତାରିଖ ଠାରୁ ସଂପୂର୍ଣ୍ଣ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ରାୟପୁରରେ ୯ ତାରିଖ ଠାରୁ ୧୯ ତାରିଖ ଯାଏଁ ଲକଡାଉନ ହେବ । ଏହି ସମୟରେ କେବଳ ଜରୁରୀକାଳୀନ ସେବା ମିଳିପାରିବ । ଛତିଶଗଡ଼ରେ ୨୪ ଘଣ୍ଟା ମଧ୍ୟରେ ୯୯୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 

କରୋନା ଭାଇରସ ମୁକାବିଲା ଲାଗି ଟିକାକରଣ କ୍ଷେତ୍ରରେ ଆମେରିକାକୁ ଭାରତ ପଛରେ ପକାଇଛି । ବୁଧବାର ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୩ ଲକ୍ଷ ଡୋଜ ଟିକାକରଣ କରାଯାଇଛି । ଏବେ ଦେଶରେ ମୋଟ ୮ କୋଟି ୭୦ ଲକ୍ଷ ଡୋଜ ଟିକାକରଣ କରାଯାଇଛି । କିନ୍ତୁ କିଛି ରାଜ୍ୟରେ ଟିକା କମ ଯୋଗାଣ ହୋଇଥିବା ବି ଅଭିଯୋଗ ଆସିଛି । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଝାଡ଼ଖଣ୍ଡ ଟିକା ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ଆଣିଛି । 

 

  • Tags:

Subscribe

National International State Sports Entertainment