ଅହମଦାବାଦ, ଜୁଲାଇ ୦୧ (ଖବର ଓଡ଼ିଶା): ପୁରୀ ଜଗନ୍ନାଥଙ୍କ ସମେତ ଆଜି ଅହମଦାବାଦରେ ମହାପ୍ରଭୁଙ୍କ ୧୪୫ତମ ରଥଯାତ୍ରା ବାହାରିବ । ଏହି ରଥଯାତ୍ରାକୁ ନେଇ ପ୍ରସ୍ତୁତି ଶେଷ ହୋଇଛି । ଅହମଦାବାଦରେ ଆଜି ଭୋର ୪ଟାରୁ ଭଗବାନ ଜଗନ୍ନାଥଙ୍କ ଆରତୀ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଭଗବାନ ଜଗନ୍ନାଥ, ଭଉଣୀ ସଭଦ୍ରା ଓ ବଳଭଦ୍ରଙ୍କ ସହିତ ନଗରଯାତ୍ରାରେ ବାହାରିବେ । ନଗରଯାତ୍ରା ୧୯ କିମି ହେବ ।
ପ୍ରଥମ ଥର ପାଇଁ ରଥଯାତ୍ରାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ସାମିଲ ହୋଇପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କରୋନା ସଂକ୍ରମିତ ଅଛନ୍ତି । ଏହି କାରଣରୁ ସେ ରଥଯାତ୍ରାରେ ସାମିଲ ହୋଇପାରିବେ ନାହିଁ । ତେଣୁ ତାଙ୍କ ଉପସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହ ଅଥବା କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ ରଥ ଉପରେ ସୁନାର ଝାଡୁରେ ଛେରାପହଁରା କରିପାରନ୍ତି ।
ସୂଚନାଯୋଗ୍ୟ, ପୁରୀ ତଥା ରାଜ୍ୟ ବାହାରେ ହେଉଥିବା ରଥଯାତ୍ରା ମଧ୍ୟରୁ ଅହମଦାବାଦର ସ୍ଥାନ ସ୍ୱତନ୍ତ୍ର । ଗୁଜରାଟରେ ଲକ୍ଷାଧିକ ଲୋକ ବସବାସ କରୁଥିବାରୁ ଅହମଦାବାଦ ରଥଯାତ୍ରାରେ ସେମାନଙ୍କୁ ସାମିଲ ହେବାକୁ ସୁଯୋଗ ମିଳିଥିାଏ ।