ଫେବୃଆରୀରେ ପିକ୍‌ରେ ରହିବ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌: ଆଇଆଇଟି ପ୍ରଫେସର୍‌
Khabar Odisha:Nation-Kanpur-Omicron-corona-Virus-Kanpur-IIT-professor-election-UP-Manidra-Agrawal

କାନପୁର, ଜାନୁଆରୀ ୦୧ (ଖବର ଓଡ଼ିଶା): ଦେଶରେ ଓମିକ୍ରନ୍‌ ସଂକ୍ରମଣ ବଢ଼ି ଚାଲିଥିବା ବେଳେ କାନପୁର ଆଇଆଇଟିର ବରିଷ୍ଠ ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଆଶ୍ବସ୍ତିକର ଟିପ୍ପଣୀ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ଫେବୃଆରୀରେ ଓମିକ୍ରନ୍‌ ପିକ୍‌ରେ ରହିବ। କିନ୍ତୁ ରୋଗୀଙ୍କ ସଂଖ୍ୟା ଅଧିକ ରହିବ ନାହିଁ। ଏବଂ ସମସ୍ତ ରୋଗୀଙ୍କୁ ହସ୍‌ପିଟାଲ ମଧ୍ୟ ଯିବାକୁ ପଡ଼ିବ ନାହିଁ। ସେ କହିଛନ୍ତି ଯେ, ଫେବୃ୍ଆରୀ ପରେ ଓମିକ୍ରନ୍‌ ଲହର ଧୀରେ ଧୀରେ ହ୍ରାସ ପାଇବ। 

ଗଣିତୀୟ ମଡେଲ ଆଧାରରେ ଦକ୍ଷିଣ ଆଫ୍ରିକାରୁ ଭାରତର ତୁଳନା ପରେ ସେ କହିଛନ୍ତି ଯେ, ଉଭୟ ଦେଶର ସ୍ଥିତି ଲୋକସଂଖ୍ୟା ଓ ପ୍ରାକୃତିକ ରୋଗପ୍ରତିଷେଧକ ଏକପ୍ରକାର ଅଟେ। ଡିସେମ୍ବର ୧୭ରେ ଓମିକ୍ରନ୍‌ ପିକ୍‌ରେ ଥିଲା। ଏବେ ସେଠାରେ ଓମିକ୍ରନ୍‌ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଛି। ଦକ୍ଷିଣ ଆଫ୍ରିକାରେ ପ୍ରାକୃତିକ ରୋଗପ୍ରତିଷେଧକ ୮୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ଦକ୍ଷିଣ ଆଫ୍ରିକା ଭଳି ଭାରତରେ ମଧ୍ୟ ଓମିକ୍ରନ ବଢୁଛି। କିନ୍ତୁ ଅଧିକାଂଶ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିବ ନାହିଁ। ୟୁରୋପରେ ପ୍ରାକୃତିକ ରୋଗପ୍ରତିଷେଧକ କମ୍‌। ଏଥି ପାଇଁ ସେଠାରେ ଅଧିକ ସଂକ୍ରମିତ ହେଉଛନ୍ତି। 

 

 

  • Tags:

Subscribe

National International State Sports Entertainment