ଭାରତରେ କରୋନା ଭାଇରସ୍‌: ୨୪ ଘଣ୍ଟାରେ ୩୧୯ ମୃତ, ୩୧,୪୫୮ ସଂକ୍ରମିତ
Khabar Odisha:Nation-India-reports-319-covid-dead-in-last-24-hours

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): ଭାରତରେ କରୋନା ଭାଇରସ୍ ମହାମାରୀର ୨ୟ ଲହର ସଂପୂର୍ଣ୍ଣ ରୂପେ ନିୟନ୍ତ୍ରିତ ହୋଇପାରି ନାହିଁ । ବିଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥଙ୍କ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା କମିିଛି । ଏହି ସମୟ ମଧ୍ୟରେ ଦେଶରେ ୩୧ ହଜାର ୪୫୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨ ହଜାର ୫୪୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ୩୧୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । 

କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬ ହଜାର ୩୬୯କୁ ହ୍ରାସ ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ ୯୩ ହଜାର ୪୯୨ ଥିବା ବେଳେ ୩ କୋଟି ୨୮ ଲକ୍ଷ ୪୦ ହଜାର ୭୨୪ ଜଣ ସୁସ୍ଥ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୬ ହଜାର ୩୯୯କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।

 

  • Tags:

Subscribe

National International State Sports Entertainment