ଭାରତ-ଚୀନ ମଧ୍ୟରେ ୧୬ ଘଣ୍ଟାର ବୈଠକ: ଉତ୍ତେଜନାପୂର୍ଣ୍ଣ ଅଂଚଳରୁ ସୈନ୍ୟ ଫେରାଇବା ନେଇ ହୋଇପାରିନି ଚର୍ଚ୍ଚା!
Khabar Odisha:Nation-India-and-China-marathon-military-talks-fail-to-end-actual-line-of-control-deadlock

ନୂଆଦିଲ୍ଲୀ, ଫେବୃଆରୀ ୨୨ (ଖବର ଓଡ଼ିଶା): ଭାରତ ଓ ଚୀନ ମଧ୍ୟରେ ବିଗତ କିଛି ମାସ ହେବ ଜାରି ରହିଥିବା ଉତ୍ତେଜନା ହ୍ରାସ କରିବା ଲାଗି ସେନା କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି । ଉଭୟ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ଲାଗି ମୋଲଦୋ ସୀମାରେ ପାଖାପାଖି ୧୬ ଘଣ୍ଟା ପର୍ଯ୍ୟନ୍ତ ସୈନ୍ୟସ୍ତରରେ ଶନିବାର ଆଲୋଚନା ହୋଇଛି । ମାତ୍ର ଏହି ମାରାଥନ ଆଲୋଚନା ସମୟରେ ପୂର୍ବ ଲଦ୍ଦାଖର ଉତ୍ତେଜନାପୂର୍ଣ୍ଣ ଅଂଚଳ ହଟ ସ୍ପ୍ରିଙ୍ଗ, ଗୋଗ୍ରା ଓ ଡେପସାଙ୍ଗରୁ ସୈନ୍ୟ ଖୁବ ଶୀଘ୍ର ଫେରାଇ ଆଣିବାକୁ ନେଇ ବିଶେଷ ସଫଳତା ମିଳିପାରି ନାହିଁ । ସୂତ୍ର ଅନୁସାରେ ଏହି ପ୍ରସଙ୍ଗରେ ଏବେବି ଆହୁରି ଆଲୋଚନାର ଆବଶ୍ୟକତା ରହିଛି । 

ଏହାରି ମଧ୍ୟରେ ଉଭୟ ଦେଶ ତରଫରୁ ଯୁଗ୍ମ ବୟାନ ଜାରି କରି କୁହାଯାଇଛି ଯେ, ପୋଙ୍ଗୋଙ୍ଗ ହ୍ରଦ କ୍ଷେତ୍ରରୁ ସୈନ୍ୟ ଫେରାଇ ପଶ୍ଚିମ ସେକ୍ଟରରେ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ଅନ୍ୟ ପ୍ରସଙ୍ଗର ସମାଧାନର ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଉଭୟ ପକ୍ଷ ନିଜର ନେତାଙ୍କ ମଧ୍ୟରେ ହୋଇଥିବା ସହମତି ଓ ସଂପର୍କ ଜାରି ରଖିବା ତୃଣମୂଳ ସ୍ତରରେ ସ୍ଥିତି ଆହୁରି ନିୟନ୍ତ୍ରିତ କରିବା ତଥା ଶେଷ ପ୍ରସଙ୍ଗର ସନ୍ତୁଳିତ-ବ୍ୟବସ୍ଥିତ ଭାବେ ସମାଧାନ କରିବା ଉପରେ ସହମତି ହୋଇଛନ୍ତି । 

ଭାରତ-ଚୀନର କୋର କମାଣ୍ଡର ସ୍ତରରେ ୧୬ ଘଣ୍ଟା ଧରି ବୈଠକ ଅନୁଷ୍ଠିତ ହୋଇଥିଲା । ଶନିବାର ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ବୈଠକ ରବିବାର ରାତି ୨ଟା ପର୍ଯ୍ୟନ୍ତ ଜାରି ଥିଲା । ଉଭୟ ପକ୍ଷ ପୋଙ୍ଗୋଙ୍ଗ ହ୍ରଦ ଅଂଚଳରୁ ସୈନିକଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ପୂରା କରିବାକୁ ଜଣେ ଅନ୍ୟକୁ ସକରାତ୍ମକ ଭାବେ ଅବଗତ କରିଥିଲେ । 

 

  • Tags:

Subscribe

National International State Sports Entertainment