ମୁମ୍ବାଇରେ ପ୍ରବଳ ବର୍ଷା: ମୌସୁମୀରେ ୧୮ ଦିନ ବିପଦ! ସତର୍କ ସୂଚନା ଜାରି
Khabar Odisha:Nation-Heavy-rain-in-Mumbai-18-days-risky-in-monsoon-meteorological-department-issued-alert

ମୁମ୍ବାଇ, ଜୁନ ୧୧ (ଖବର ଓଡ଼ିଶା): ମୌସୁମୀର ପ୍ରଥମ ବର୍ଷାରେ ମୁମ୍ବାଇ ବେହାଲି । ପ୍ରବଳ ବର୍ଷା ପରେ ସଡ଼କଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି । ରେଳଧାରଣାରେ ପାଣି ଭର୍ତ୍ତି ହୋଇଯାଇଛି । ଏହାରି ମଧ୍ୟରେ ମୁମ୍ବାଇରେ ଆହୁରି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୪ ମାସ ଭିତରେ ମୁମ୍ବାଇରେ ୧୮ ଦିନ ହାଇ ଟାଇଡ କାରଣରୁ ସମୁଦ୍ରର ଲହରୀ ପାଖାପାଖି ୫ ମିଟର ଉଚ୍ଚରେ ଉଠିବ । ଏହି ସମୟରେ ବର୍ଷା ହେଲେ ମୁମ୍ବାଇବାସୀଙ୍କ ପାଇଁ ବିପଦ ପରିସ୍ଥିତି ସୃଷ୍ଟି ହେବ । 

ସାଧାରଣତଃ ମୁମ୍ବାଇରେ ପ୍ରତିବର୍ଷ ଜୁନ ୧୦ ତାରିଖରେ ମୌସୁମୀର ଆଗମନ ହୋଇଥାଏ । ଏଥର ଗୋଟିଏ ଦିନ ପୂର୍ବରୁ ମୌସୁମୀ ଆସିଥିଲା । ବୁଧବାର ସକାଳୁ ବର୍ଷା ଆରମ୍ଭ ହୋଇଥିଲା । ମୁମ୍ବାଇ ସହ ଆଖପାଖ ସହରରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ ହୋଇଥିବା ବେଳେ ଭୂସ୍ଖଳନ ମଧ୍ୟ ସୃଷ୍ଟି ହୋଇଥିଲା । ସେହିପରି ଏକ ୪ ମହଲା କୋଠା ଭୁଶୁଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗୁରୁତର ହୋଇଥିଲେ । କିନ୍ତୁ ସୂଚନା ମିଳିବା ପରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ୧୫ ଜଣଙ୍କୁ ଉଦ୍ଧାର କରିଥିଲେ ।

ମୌସୁମୀର ୪ ମାସ ମଧ୍ୟରେ ମୁମ୍ବାଇବାସୀଙ୍କ ଲାଗି ୧୮ ଦିନ ବିପଦ ସଂକେତ ରହିଛି । ଏଥିରେ କେବଳ ୬ ଦିନ ଜୁନ ମାସ ସାମିଲ ରହିଛି । ଜୁଲାଇରେ ୫ ଦିନ, ଅଗଷ୍ଟରେ ୫ ଦିନ ଓ ସେପଟେମ୍ବରରେ ୨ ଦିନ ବିପଦ ପରିସ୍ଥିତି ସୃଷ୍ଟି ହୋଇପାରେ । ହାଇ ଟାଇଡ ସମୟରେ ବିଏମ୍‌ସି ପଂପିଙ୍ଗ ଷ୍ଟେସନର ଫ୍ଲଡ ଗେଟ ବନ୍ଦ କରିଦେଇଥାଏ । ଏହି ସମୟରେ ବର୍ଷା ଅଧିକ ହେଲେ ମୁମ୍ବାଇର ସଡ଼କରେ ପାଣି ଭର୍ତ୍ତି ହୋଇଯାଇଥାଏ ।  

 

  • Tags:

Subscribe

National International State Sports Entertainment