ନୂଆଦିଲ୍ଲୀ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ଦିଲ୍ଲୀର ସଡ଼କରେ ଯାନବାହନରେ ଯାତାୟତ କରୁଥିଲେ, ଏହି ଖବର ଆପଣଙ୍କ ପାଇଁ ଉଦ୍ଦିଷ୍ଟ । ଦିଲ୍ଲୀର ଟ୍ରାଫିକ ପୁଲିସ ଲୋକଙ୍କୁ ପଚାରୁଛି ଯେ, ୬୦ ଟଙ୍କା ଖର୍ଚ୍ଚ କରିବେ ନାଁ ୧୦୦୦ ଟଙ୍କା ଦେବେ । ଏଥି ସହିତ ନିଜର ଫୁସଫୁସ ଖରାପ କରିବାକୁ ଚାହିଁବେ । ସାମାଜିକ ଗଣମାଧ୍ୟମରେ ଏହି ଭଳି ଏକ ବାର୍ତ୍ତା ଭାଇରାଲ ହେଉଛି ।
ଦିଲ୍ଲୀ ଟ୍ରାଫିକ ପୁଲିସ ଦ୍ୱାରା ଏକ ଟୁଇଟ କରାଯାଇଛି । ଏହା ଗତ ୨୬ ତାରିଖରେ ଟୁଇଟ କରାଯାଇଛି, ଯେଉଁଥିରେ କି ପ୍ରଦୂଷଣ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି । ଏହାର ମୂଲ୍ୟ ମାତ୍ର ୬୦ରୁ ୧୦୦ ଟଙ୍କା । ଏହା ପରେ ଟ୍ରାଫିକ ପୁଲିସ ପିୟୁସିସି ନ ହେବା ଦ୍ୱାରା ୧୦୦୦୦ ଟଙ୍କା ଜରିମାନା ଲଗାଇବ । ଅନ୍ୟପଟରେ ଗାଡ଼ିର ପ୍ରଦୂଷଣ ଯୋଗୁଁ ଫୁସଫୁସ ରୋଗ ହେବାର ଆଶଙ୍କା ରହୁଛି । ଏଥି ସହିତ ପୁଲି ଲେଖିଛି ଯେ, ଆପଣ କେଉଁଥିରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ।
ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଳୀରେ ଟ୍ରାଫିକ ଏବଂ ପ୍ରଦୂଷଣ ବଡ଼ ଚିନ୍ତା । ବିଶେଷ ଭାବେ ଅକ୍ଟୋବରରୁ ଡିସେମ୍ବର ଯାଏଁ ଦିଲ୍ଲୀବାସୀ ପ୍ରଦୂଷଣ ପାଇଁ ଅଧିକ ଚିନ୍ତା କରିଥାନ୍ତି ।