ଦିଲ୍ଲୀକୁ ପୁଣି ଫେରିଲା ଶୀତ: ପାରା ୭ ଡିଗ୍ରୀ, ଗମନାଗମନ ଓ ଟ୍ରେନ ଚଳାଚଳ ପ୍ରଭାବିତ
Khabar Odisha:Nation-Weather-update-Delhi-National-Capital-Region-temperature-fog-visibility-cold-wave

ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡ଼ିଶା): ହିମାଳୟ ପାହାଡ଼ରୁ ଆସୁଥିବା ବରଫାଚ୍ଛନ୍ନ ପବନ ଯୋଗୁଁ ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ଏହାର ଉପକଣ୍ଠରେ ତାପମାତ୍ରା ପୁଣି ଥରେ ତଳକୁ ଖସିଛି । ଫଳରେ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ମକର ସଂକ୍ରାନ୍ତି ଅତିକ୍ରମ କରିସାରିଥିଲେ ବି ସୂର୍ଯ୍ୟକିରଣ ପ୍ରଭାବ ରହୁନାହିଁ । ଶୀତ ଯୋଗୁଁ ସନ୍ଧ୍ୟା ଓ ସକାଳ ସମୟରେ ଘରୁ ବାହାରକୁ ଯିବା ସମ୍ଭବ ହୋଇପାରୁ ନାହିଁ । ଦିଲ୍ଲୀରେ ଆଜି ସକାଳୁ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।  

ଦିଲ୍ଲୀ-ଏନସିଆରରେ ପୁଣି ଥରେ ଶୀତ ଆରମ୍ଭ ହୋଇଯାଇଛି । ଏଥି ସହିତ ସକାଳୁ କୁହୁଡ଼ିର ପ୍ରଭାବ ମଧ୍ୟ ରହୁଛି । ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ୫୦ ମିଟର ଠାରୁ ଅଧିକ ଦୂରକୁ ଦୃଶ୍ୟମାନ ହୋଇପାରୁ ନାହିଁ । ପାଣିପାଗ ବିଭାଗ ଅନୁସାରେ ଦିନରେ ମଧ୍ୟ କୁହୁଡ଼ି ରହୁଛି । କୁହୁଡ଼ି ଯୋଗୁଁ ଗମନାଗମନ ଅସୁବିଧା ହେଉଛି । ସଡ଼କରେ କମ ସଂଖ୍ୟାରେ ଗାଡ଼ି ଯିବାଆସିବା କରୁଛି । ସେହିପରି ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ସଂଯୋଗ କରୁଥିବା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । 

 

  • Tags:

Subscribe

National International State Sports Entertainment