ସିଏଏ ସାମ୍ବିଧାନିକ କି ନୁହେଁ: ୧୪୪ ଅଭିଯୋଗ ଉପରେ ଆଜି ‘ସୁପ୍ରିମ’ ଶୁଣାଣି
Khabar Odisha:Nation-Citizenship-amendment-act-hearing-in-Supreme-Court-Modi-government-protest-live-updates

ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡ଼ିଶା): ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ମଙ୍ଗଳବାର ବଡ଼ଧରଣର ଶୁଣାଣି କରିବେ । ସୁପ୍ରିମକୋର୍ଟରେ ସିଏଏ (ନାଗରିକତା ସଂଶୋଧନ ଆଇନ)ର ସମର୍ଥନ ଓ ବିରୋଧରେ ୧୪୪ରୁ ଅଧିକ ଅଭିଯୋଗ ହୋଇଛି । ଏହି ସବୁ ଆବେଦନ ଉପରେ ଆଜି ଶୁଣାଣି ହେବ ।  ବିରୋଧରେ ୧୪୧ ଆବେଦନ ହୋଇଛି । ଏହି ଶୁଣାଣି ପୂର୍ବରୁ କିଛି ମହିଳା ସୁପ୍ରିମକୋର୍ଟ ବାହାରେ ପ୍ରଦର୍ଶନ କରିଛନ୍ତି । 

କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ନାଗରିକତା ସଂଶୋଧନ ଆଇନ ବଳରେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଆସି ଭାରତରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ବସବାସ କରୁଥିବା ହିନ୍ଦୁ, ଶିଖ, ଜୈନ, ପାର୍ସି, ଇସାଇ ଓ ବୌଦ୍ଧ ସଂପ୍ରଦାୟର ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ । ମାତ୍ର ବିରୋଧୀ ଦଳର ନେତାମାନଙ୍କୁ ଏହା ହଜମ ହୋଇପାରୁ ନାହିଁ । ସେମାନେ କେନ୍ଦ୍ର ସରକାରଙ୍କ ଏହି ମହାନ କାମକୁ ସମ୍ବିଧାନ ବିରୋଧୀ ଆଖ୍ୟା ଦେଇଛନ୍ତି । ପ୍ରଦର୍ଶନକାରୀ ଅଭିଯୋଗ ଆଣିଛନ୍ତି ଯେ, ସିଏଏ ସହିତ ଏନଆରସିକୁ ଜୋଡ଼ିବା ଦ୍ୱାରା ଏହା ମୁସଲିମ ବିରୋଧୀ ହୋଇଯାଉଛି । 

ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ମହିଳାମାନେ ସିଏଏକୁ ତୀବ୍ର ବିରୋଧ କରିଛନ୍ତି । ମଙ୍ଗଳବାର ସୁପ୍ରିମକୋର୍ଟ ବାହାରେ ମହିଳାମାନେ ପୋଷ୍ଟର, ବ୍ୟାନର ଆଦି ନେଇ ପହଞ୍ଚିଛନ୍ତି । 

 

  • Tags:

Subscribe

National International State Sports Entertainment