୭ରୁ ୧୧ ବର୍ଷୀୟ ପିଲାଙ୍କୁ ଜରୁରୀକାଳୀନ ସ୍ଥିତିରେ ଦିଆଯିବ ଟିକା, ଡିସିଜିଆଇ ଦେଲା ମଂଜୁରୀ
Khabar Odisha:Nation-DCGI-approves-Covovax-vaccine-children-aged-7-to-11

ନୂଆଦିଲ୍ଲୀ, ଜୁନ୍ ୨୯ (ଖବର ଓଡ଼ିଶା): ଭାରତୀୟ ଔଷଧୀ ମହାନିୟନ୍ତ୍ରକ ଜେନୋଭା ବାୟୋଫାର୍ମାସ୍ୟୁଟିକଲ୍ସ ତରଫରୁ ପ୍ରସ୍ତୁତ କୋଭିଡ-୧୯ର ଏମ୍‌-ଆରଏନ୍‌ଏ ଟିକାକୁ ଜରୁରୀକାଳୀନ ବ୍ୟବହାରକୁ ମଂଜୁରୀ ପ୍ରଦାନ କରିଛି । ଏମ୍‌-ଆରଏନ୍‌ଏ ଟିକା ଭାରତରେ ହିଁ ଉତ୍ପାଦନ କରାଯାଉଛି । ଏହି ଟିକା ୧୮ ବର୍ଷ ଓ ତା’ଠାରୁ ଊର୍ଦ୍ଧ୍ୱ ଲୋକଙ୍କୁ ଲଗାଯାଇପାରିବ । ଏଥି ସହିତ ୭ରୁ ୧୧ ବର୍ଷ ବୟସର ପିଲାଙ୍କୁ କୋଭୋଭାକ୍ସ ଟିକାକୁ ଅନୁମତି ଦିଆଯାଇଛି । 

ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅନ୍ୟ ଟିକାକୁ ସୁରକ୍ଷିତ ରଖିବା ପାଇଁ ବହୁତ କମ ତାପାମାତ୍ରରେ ରଖିବାକୁ ଆବଶ୍ୟକ ହୋଇଥାଏ । କିନ୍ତୁ ଜୋନୋଭାର ଏମଆରଏନଏ ଟିକାକୁ ୨-୮ ଡିଗ୍ରୀ ତାପମାତ୍ରାରେ ରଖାଯାଇପାରିବ । ଔଷଧ ନିୟାମକ କିଛି ସର୍ତ୍ତ ସହିତ ୭ରୁ ୧୧ ବର୍ଷୀୟ ପିଲାମାନଙ୍କ ପାଇଁ ଜରୁରୀକାଳୀନ ସ୍ଥିତିରେ କୋଭିଡ-୧୯ର କୋଭୋଭାକ୍ସକୁ ମଂଜୁରୀ ଦେଇଛି । ସୂଚନାଯୋଗ୍ୟ, ଦେଶରେ ପୁଣି ଥରେ କରୋନା ମୁଣ୍ଡ ଟେକିବାରେ ଲାଗିଛି । ବିଗତ କିଛି ଦିନ ହେବ ସଂକ୍ରମଣର ହାର ବଢ଼ି ଚାଲିଛି । 

 

  • Tags:

Subscribe

National International State Sports Entertainment