ବିଲାସପୁର, ଅଗଷ୍ଟ ୦୫ (ଖବର ଓଡ଼ିଶା): ଛତିଶଗଡ଼ର ବିଲାସପୁର ସହରରେ ଜଣେ ଯୁବକ ନିଜର ଗର୍ଲଫ୍ରେଣ୍ଡକୁ ଆକର୍ଷିତ କରିବା ପାଇଁ ନିଜର ଚଲାଇବାକୁ ଦେଇଥିଲେ । କିନ୍ତୁ ଗର୍ଲଫ୍ରେଣ୍ଡକୁ କାର ଚଳାଇବା ଜଣା ନଥିଲା । ଏହା ପରେ ମଧ୍ୟ ଯୁବକ ଜଣକ ଆକର୍ଷିତ କରିବା ପାଇଁ ଗର୍ଲଫ୍ରେଣ୍ଡକୁ କାର ଚଳାଇବାକୁ ଦେଇଥିଲେ । ତେବେ କାରଟି ଆଗକୁ ବଢୁଥିବା ବେଳେ ଯୁବତୀ ଜଣକ ବାଇକ ଆରୋହୀ ୨ ଜଣ ଲୋକଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ । ଘଟଣାସ୍ଥଳରେ ହିଁ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୁଲିସ ଅଭିଯୁକ୍ତ ଯୁବକ ଓ ତାଙ୍କର ଗର୍ଲଫ୍ରେଣ୍ଡଙ୍କୁ ଗିରଫ କରିଛି । କାର ମାଲିକ ତଥା ଯୁବକଙ୍କ ପିତାଙ୍କ ନାଁରେ ମଧ୍ୟ ପୁଲିସ ମାମଲା ରୁଜୁ କରିଛି ।
ବିଲାସପୁର ନିକଟ କୋଟାରୋଡ ନୱରା ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ମୁଙ୍ଗେଲି ନିବାସୀ ରବୀନ୍ଦ୍ର କୁର୍ରେ ନିଜର ଗର୍ଲଫ୍ରେଣ୍ଡ ସହିତ କାରରେ ବାହାରିଥିଲେ । ବାଟରେ ରବୀନ୍ଦ୍ର ନିଜର ଗର୍ଲଫ୍ରେଣ୍ଡକୁ କାର ଚଳାଇବା ପାଇଁ କହିଥିଲେ । ଯୁବତୀ ଜଣକ ଅଧିକ ଉତ୍ସାହିତ ହୋଇ ଏକ୍ସିଲିଟରକୁ ଅଧିକ ବଢ଼ାଇ ଦେଇଥିଲେ । ଫଳରେ ସେ ନିୟନ୍ତ୍ରଣ ହରାଇଥିଲେ । ଆଗରେ ଯାଉଥିବା ୨ ଜଣ ବାଇକ ଆରୋହୀଙ୍କ ଉପରେ କାରକୁ ଚଢ଼ାଇ ଦେଇଥିଲେ । ଏହି ଦୁର୍ଘଟଣାରେ ଶୁକୁୱା ବାଇ କେଉଟ ଓ ଜେତାରାମ ଯାଦବଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକକୁ କାର ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା ।
ଏହି ଦୁର୍ଘଟଣାରେ ତୁଳସୀରାମ ଯାଦବ ଗୁରୁତର ହୋଇଛନ୍ତି, ଯାହାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଆଖପାଖର ଗାଁ ଲୋକେ ଯୁବତୀ ଓ ତାଙ୍କର ପୁରୁଷ ବନ୍ଧୁଙ୍କୁ କାବୁ କରିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥି ସହିତ କାର ମାଲିକ ରବୀନ୍ଦ୍ର କୁର୍ରେଙ୍କ ନାଁରେ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ତୁଳସୀରାମ ଯାଦବ ନିଜ ଗାଁର ସୁକୁୱାରା ଓ ଶ୍ୱଶୁର ଜେତାରାମଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଯାଉଥିଲେ ।