ପିଏମ୍ କିଷାନ ଯୋଜନା: ବିହାରର ଏହି ଜିଲ୍ଲାରେ ୩୦୦୦ ନକଲି ହିତାଧିକାରୀ, ସରକାର କରିବେ ଟଙ୍କା ଅସୁଲି
Khabar Odisha:Nation-3000-fake-farmers-were-taking-advantage-of-PM-Kisan-Yojana-in-Bhojpur-district-of-Bihar

ଆରା, ମେ ୧୫ (ଖବର ଓଡ଼ିଶା): ବିହାର ରାଜ୍ୟର ଭୋଜପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନରେ ନକଲି ପ୍ରମାଣପତ୍ର ଦେଇ ଯୋଜନାରୁ କିଛି ଚାଷୀ ଟଙ୍କା ନେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଯୋଜନା ଅନ୍ତର୍ଗତ ୧ ଲକ୍ଷ ୭୧ ହଜାର ୭୪୩ ହିତାଧିକାରୀ ଅଛନ୍ତି । କିନ୍ତୁ ୩୦୦୦ ଚାଷୀ ନକଲି ବୋଲି ଜଣାପଡ଼ିଛି । ଏମାନେ କିଷାନ ଯୋଜନାରୁ ଲାଭ ଉଠାଉଥିଲେ । ଏବେ ଭାରତ ସରକାର ଏହି ଚାଷୀମାନଙ୍କୁ ଟଙ୍କା ଫେରାଇବା ପାଇଁ ଆଦେଶ ଦେଇଛନ୍ତି । 

ଭୋଜପୁର ଜିଲ୍ଲାରେ ଲକ୍ଷାଧିକ ଟଙ୍କା ଆୟକର ଦେଉଥିବା ବ୍ୟବସାୟୀ ଏବଂ ଅନ୍ୟ ରୋଜଗାର ସହିତ ଜଡ଼ିତ ବ୍ୟକ୍ତି ବାସ୍ତବିକ କିଷାନ ନାଁରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ଲାଭ ଉଠାଉଥିଲେ । ଜିଲ୍ଲାରେ ସମସ୍ତ କିଷାନ ନିଧି ଯୋଜନାରୁ ଲାଭ ଉଠାଉଥିବା ଚାଷୀଙ୍କ ତଦନ୍ତ ସମୟରେ ନକଲି ହିତାଧିକାରୀ ଚିହ୍ନଟ ହୋଇଛନ୍ତି । 

ଭାରତ ସରକାରଙ୍କ କୃଷି ବିଭାଗର ଖୁଲାସା ପରେ ଭୋଜପୁର ଜିଲ୍ଲାର ୩୦୦ ଚାଷୀଙ୍କ ଠାରୁ ଟଙ୍କା ଅସୁଲି କରିବା ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଭୋଜପୁର ଜିଲ୍ଲାରେ ଏହି ଯୋଜନା ନକଲି ପ୍ରମାଣପତ୍ର ମାଧ୍ୟମରେ ହଜାର ହଜାର ଚାଷୀ ଯୋଜନାରୁ ଲାଭ ଉଠାଉଥିଲେ । କୃଷି ବିଭାଗର କାର୍ଯ୍ୟାନୁଷ୍ଠାନ ପରେ ଏବେ ରାଶି ଫେରାଇବାକୁ ପଡ଼ିବ । 

 

 

  • Tags:

Subscribe

National International State Sports Entertainment