କରୋନା ଟିକାକୁ ନେଇ ଏହି ସୁଚନା ଦେଲେ ନରେନ୍ଦ୍ର ମୋଦି
Khabar Odisha:Narendra-Modi-made-the-announcement-on-the-occasion
ଦିଲ୍ଲୀ,ନଭେମ୍ବର 24(ଖବର ଓଡ଼ିଶା):

କରୋନା ଭୂତାଣୁ ଚାରିଆଡ଼େ ବ୍ୟାପିଥିବା ବେଳେ ଏହାର ଟିକାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। ସେ କହିଛନ୍ତି " ସୁସ୍ଥ ସଂଖ୍ୟା ଦେଖି ଅନେକ ଭାବୁଛନ୍ତି ଯେ କରୋନା ଭାଇରସ ଏତେ ବିପଦପୂର୍ଣ୍ଣ ନୁହେଁ, ଏହା ଶୀଘ୍ର ସୁସ୍ଥ ହୋଇଯିବ । ହେଲେ ଏହା ଠାରୁ ଦୁରେଇ ରହିବା ଉଚିତ୍ ।

ସେ ଆହୁରୀ ମଧ୍ୟ କହିଛନ୍ତି "କେନ୍ଦ୍ର ଓ ରାଜ୍ୟର ମିଳିତ ପଦକ୍ଷେପରେ ଭାରତ ବର୍ତ୍ତମାନ ମୃତ୍ୟୁ ଓ ସୁସ୍ଥ ହାରରେ ଅନ୍ୟ ଦେଶଗୁଡ଼ିକ ଅପେକ୍ଷା ଭଲ ସ୍ଥିତିରେ ରହିଛି।"ସେହିପରି କୋଭିଡ-୧୯ ଭ୍ୟାକ୍ସିନ୍ ଉପରେ ମନ୍ତବ୍ୟ ଦେଇ ମୋଦି କହିଛନ୍ତି " ଶୀଘ୍ରତା ସହିତ ସୁରକ୍ଷା ବି ଆମ ପାଇଁ ଖୁବ୍ ଆବଶ୍ୟକ। ଯେତେବେଳେ ବି କରୋନା ଭ୍ୟାକ୍ସିନ ବିତରଣ ହେବ ସେତେବେଳ ସମ୍ପୂର୍ଣ୍ଣ ସୁରକ୍ଷିତ ଶୈଳୀରେ ବୈଜ୍ଞାନିକ ମାନଦଣ୍ଡ ସହିତ ଦିଆଯିବ। ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ଟୀକାକରଣ ରଣନୀତି ପ୍ରସ୍ତୁତ କରାଯିବ ।

ଭ୍ୟାକ୍ସିନ୍ ପାଇଁ ରାଜ୍ୟଗୁଡ଼ିକ କିଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ସେ ବିଷୟରେ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ତଥ୍ୟ ଚାହିଁଛନ୍ତି ମୋଦି। ତେବେ ଟିକା କାର୍ଯ୍ୟ ଚାଲୁ ରହିଛି, ଅନୁଗ୍ରହ କରି କରୋନାକୁ କେହି ହେୟଜ୍ଞାନ କରନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର କରୋନା ପଜିଟିଭ ହାରକୁ ୫ ପ୍ରତିଶତ ଓ ମୃତ୍ୟୁ ହାରକୁ୧ ପ୍ରତିଶତ ଆଣିବା ଦିଗରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ।

  • Tags:

Subscribe

National International State Sports Entertainment