ନିଟ୍-୨୦୨୪ ପରୀକ୍ଷା ସହର ସୂଚୀ ପ୍ରକାଶ ପାଇଛି । ଜାତୀୟ ଯୋଗ୍ୟତା ପ୍ରବେଶିସକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଆସିଲା ପରୀକ୍ଷା ସହର ସୂଚୀ । ଏହି ସହର ସୂଚୀ ମାଧ୍ୟମରେ ପରିକ୍ଷାର୍ଥୀମାନେ ନିଜ ନିଜ ପରୀକ୍ଷା କେନ୍ଦ୍ରର ସହର ବିଷୟରେ ଆଗୁଆ ସୂଚନା ପାଇପାରିବେ । ଆସନ୍ତା ୫ ତାରିଖରେ ନିଟ୍ ପରୀକ୍ଷା ହେବ । ଏଥିପାଇଁ ସହର ସୂଚୀ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ,ଜାତୀୟ ଯୋଗ୍ୟତା ପ୍ରବେଶିସକା ପରୀକ୍ଷା(ନିଟ୍) ୟୁଜି-୨୦୨୪ ପାଇଁ ପରୀକ୍ଷା ସହର ସୂଚୀ (ଏଗ୍ଜାମ ସିଟି ସ୍ଲିପ୍) ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ କେଉଁଠି ପରୀକ୍ଷା ଦେବେ ସେନେଇ ସହର ସୂଚୀ ପ୍ରକାଶ ପାଇଲା । ଏହି ସୂଚୀ ୱେବ୍ସାଇଟ୍ (neet.ntaonline.in ଏବଂ examresults.nta.ac.in/neet website)ରେ ପରୀକ୍ଷାର୍ଥୀମାନେ ସ୍ପଷ୍ଟ ହୋଇପାରିବେ । ସହର ବିଷୟରେ ଜାଣିବା ପରେ ସମୟ ପୂର୍ବରୁ ସେଠାକୁ ଯାଇ ରହଣି ସୁବିଧା କରିପାରିବେ। ଖୁବ୍ଶୀଘ୍ର ଆଡ୍ମିଟ୍ କାର୍ଡ ପ୍ରକାଶ କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।