ନୂଆଦିଲ୍ଲୀ: ଭାରତରେ ମଙ୍କିପକ୍ସର ଏଣ୍ଟ୍ରି। ଭୂତାଣ ପ୍ରଭାବିତ ଦେଶକୁ ନିକଟରେ ଯାତ୍ରା କରିଥିଲେ ଉକ୍ତ ଯୁବକ। ତାଙ୍କ ଠାରେ ମଙ୍କି ପକ୍ସ ଭୂତାଣୁ ମିଳିଥିବା ସନ୍ଦେହ କରାଯାଉଛି। ପୀଡ଼ିତ ଯୁବକଙ୍କୁ ସଙ୍ଗରୋଧରେ ରଖାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ତାଙ୍କ ଠାରେ ଲକ୍ଷଣ ଦେଖା ଯାଉଥିଲେ ହେଁ ମଙ୍କି ପକ୍ସ ଭୂତାଣୁ ଅଛି କି ନା ତାହା ସ୍ପଷ୍ଟ କରିବାକୁ ଟେଷ୍ଟିଂ କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ସନ୍ଦିଗ୍ଧ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଦେଶ ଭ୍ରମଣ କରିଥିଲେ। ତାଙ୍କ ଶରୀରରେ କିଛି ଲକ୍ଷଣ ଦେଖା ଯିବାରୁ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ମଙ୍କିପକ୍ସ ହୋଇଛି କି ନାହିଁ, ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ନ୍ୟାସ୍ନାଲ ସେଣ୍ଟର ଫର ଡିଜିଜ ଏହି ରୋଗର ବିପଦ କେତେ ତାହା ଆକଳନ କରୁଛି। ମଙ୍କିପକ୍ସକୁ ମୁକାବିଲା କରିବାକୁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସମ୍ଭାବ୍ୟ ସଂକ୍ରମଣକୁ ରୋଗ ରୋକିବାକୁ ପୂର୍ବ ପ୍ରସ୍ତୁତି ହୋଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଗତ ମାସରେ ପ୍ରଥମ ଏସିଆ ଦେଶ ଭାବେ ଥାଇଲାଣ୍ଡରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ କରାଯାଇଥିଲା। ସେହିପରି ପାକିସ୍ତାନରେ ମଧ୍ୟ ମଙ୍କିପକ୍ସର ଗୋଟିଏ ପଜିଟିଭ ଖବର ସାମ୍ନାକୁ ଆସିଛି। ପାଖାପାଖି ୧୭ଟି ଦେଶକୁ ମଙ୍କିପକ୍ସ ବିସ୍ତାର କରିସାରିଛି। କିନ୍ତୁ ଜୁଲାଇରେ ନୂଆ ଭାରିଆଣ୍ଟ 'କ୍ଲେଡ୍ 1ବି' ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଛି।
ତେବେ ଅଗଷ୍ଟ ୧୯ ତାରିଖରେ ରୟଟସର୍ସରେ ପ୍ରକାଶିତ ଖବର ଅନୁସାରେ, ୮୦ରୁ ଅଧିକ ଦେଶର ମଙ୍କିପକ୍ସ ବ୍ୟାପିଛି। ଏହିସବୁ ଦେଶଗୁଡ଼ିକରେ ଭୂତାଣୁ ସୃଷ୍ଟି ହୋଇ ନଥିଲା। ତେବେ କଣ୍ଟାକ୍ଟରୁ ଏହା ବ୍ୟାପି ୪୦ ହଜାର ଲୋକଙ୍କୁ ପ୍ରଭାବିତ କରିଛି। ଅଗଷ୍ଟ ୩୧ ତାରିଖରେ ୟୁନିସେଫ(UNICEF) ମଙ୍କିପକ୍ସ ଭୂତାଣୁ କିଣିବାକୁ ଜରୁରୀକାଳଈନ ଟେଣ୍ଡର ଜାରି କରିଥିଲା।