ନୂଆ ସଂସଦ ଭବନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି , ଆଜିର ଦିନ ଦେଶ ପାଇଁ ଶୁଭ ମୁହୂର୍ତ୍ତ । ସ୍ୱର୍ଣ୍ଣିମ ମୁହୂର୍ତ୍ତ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା । ଅମୃତ ମହୋତ୍ସବରେ ନୂଆ ସଂସଦ ଭବନ ଦେଶକୁ ଉପହାର । ନୂଆ ସଂସଦ ଭବନ ଲୋକତନ୍ତ୍ରର ମନ୍ଦିର । ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନର ପ୍ରତିବିମ୍ବ । ଭାରତ ଆଗକୁ ବଢିଲେ ବିଶ୍ୱ ଆଗେଇବ । ନୂଆ ଭାରତ ଆଜି ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି । ସଂସଦରେ ରାଜଦଣ୍ଡ ଅବସ୍ଥାପିତ ହେବା ଐତିହାସିକ । ସେନଗୋଲ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଆମର ସମ୍ବିଧାନ ହିଁ ଆମର ସଂକଳ୍ପ । ନୂଆ ସଂସଦ ଭବନକୁ ଦେଖି ପ୍ରତି ଭାରତୀୟ ଗର୍ବିତ । ଭାରତ କେବଳ ଲୋକତାନ୍ତ୍ରିକ ରାଷ୍ଟ୍ର ନୁହେଁ, ଗଣତନ୍ତ୍ରର ଜନନୀ ମଧ୍ୟ । ଆଗାମୀ ଦିନରେ ସାଂସଦଙ୍କ ସଂଖ୍ୟା ବଢିବ । ଏକବିଂଶ ଶତାବ୍ଦୀର ଭାରତ ଦୃଢ଼ ଉତ୍ସାହରେ ଭରା,ପରାଧୀନତାର ଚିହ୍ନକୁ ଚାଢ଼ି ଆମେ ଆଗକୁ ବଢୁଛେ ,ନୂଆ ସଂସଦରେ ସଂସ୍କୃତି ଓ ସମ୍ବିଧାନର ସ୍ବର ଅଛି ବହୁତ ବର୍ଷ ହେଲା,ନୂଆ ସଂସଦ ଭବନର ଆବଶ୍ୟକତା ଥିଲା ଭବ୍ୟ ସଂସଦ,ଭବନ ଅତ୍ୟାଧୁନିକ ସୁବିଧାରେ ପରିପୂର୍ଣ୍ଣ ସଂସଦ,ଭବନ ନିର୍ମାଣରେ ୬୦ ହଜାର ଶ୍ରମିକ ଶ୍ରମଦାନ କରିଛନ୍ତି,ସଂସଦ ଭବନ ନିର୍ମାଣ ସହ ଗରିବ କଲ୍ୟାଣ ବି ହୋଇଛି,୯ ବର୍ଷରେ ୧୧ କୋଟି ଶୌଚାଳୟ, ୩୦ ହଜାର ପଞ୍ଚାୟତ ଭବନ ନିର୍ମିତ,ଗାନ୍ଧିଙ୍କ ସମୟରେ ସ୍ବାଧୀନତାର ଚେତନା ଜାଗ୍ରତ ହୋଇଥିଲା,ଅନ୍ୟ ଦେଶ ବି ଏଥିରୁ ପ୍ରେରଣା ପାଇ ସ୍ବାଧୀନତା ପାଇଁ ସଂଘର୍ଷ କରିଥିଲେ,'ଦେଶ ପ୍ରଥମ' ଭାବନାରେ ଆମକୁ ଆଗକୁ ବଢ଼ିବାକୁ ହେବ,୨୫ ବର୍ଷରେ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ,ଲୋକକଲ୍ୟାଣକୁ ଜୀବନର ମନ୍ତ୍ର କରିବାକୁ ହେବ,ଲକ୍ଷ୍ୟ ବଡ଼ ଓ କଠିନ; କିନ୍ତୁ କଷ୍ଟକର ନୁହେଁ,ନୂଆ ସଂସଦ ଭବନ ନୂଆ ଭାରତର ଆଧାର ହେବ,ନୂଆ ସଂସଦ ଭବନ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରିତ କରିବ,ସଂସଦର ନିର୍ଣ୍ଣୟ ଦେଶର ଉଜ୍ବଳ ଭବିଷ୍ୟତର ଆଧାର ହେବ ଏବଂ ସଂସଦ ଭବନର ପ୍ରତ୍ୟେକଟି କାନ୍ଥ ଗରିବ କଲ୍ୟାଣ ପାଇଁ ସମର୍ପିତ ହେବ ବୋଲି କହିଛନ୍ତି ।