ଆଜି ୪୧ ହଜାର କୋଟି ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତ୍ତିିଭୂମି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଖର୍ଚ୍ଚ ହେବ ୧୯ ହଜାର କୋଟିରୁ ଅଧିକ ଟଙ୍କା। ଦେଶରେ ରେଳ ଭିତିଭୂମିକୁ ସୁଦୃଢ଼ କରିବା ସହ ରେଳ ଷ୍ଟେସନ ଗୁଡ଼ିକରେ ବିଶ୍ୱସ୍ତରୀୟ ସେବା ଉପଲବ୍ଧ କରିବା ଦିଗରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୫୪ଟି ରେଳ ଷ୍ଟେସନର ଶିଳାନ୍ୟାସ କରିବେ। ଏହାଦ୍ୱାରା ସମସ୍ତେ ବେଶ ପର୍ଯ୍ୟଟକ ବେଶ ଉପକାରୀ ହୋଇ ପାରିବେ।
ସୂଚନା ମୁତାବକ , ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୫୪ଟି ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ରେଳ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାରଙ୍କର ତରଫରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ଏହି ଷ୍ଟେସନ ଗୁଡ଼ିକ ସହରର ଉଭୟ ପାଶ୍ୱର୍କୁ ମିଶାଇ ସିଟି ସେଣ୍ଟର ଭାବେ କାର୍ଯ୍ୟ କରିବ। ଏହି ଷ୍ଟେସନ ଗୁଡ଼ିକ ମଧ୍ୟରେ ଓଡ଼ିଶାରେ ରହିଛି ୨୧ଟି ଷ୍ଟେସନ। ଏପରିକି ଏଥିରେ ରୁଫ୍ ପ୍ଲାଜା, ସୁନ୍ଦର ଲ୍ୟାଣ୍ଡସ୍କେପିଂ, ଇଣ୍ଟର ମୋଡାଲ କନେକ୍ଟିଭିଟି, ଉନ୍ନତ ଆଧୁନିକ ପ୍ଲାଟଫର୍ମ, କିଡ୍ସ ପ୍ଲେ ଏରିଆ, କିଓସ୍କ, ଫୁଡ୍ କୋର୍ଟ ଆଦି ଅତ୍ୟାଧୁନିକ ଯାତ୍ରୀ ସୁବିଧା ଉପଲବ୍ଧ ହେବ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗୋମତୀ ନଗର ଷ୍ଟେସନକୁ ଉଦଘାଟନ କରିବେ ଯାହାକୁ ପ୍ରାୟ ୩୮୫ କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ କରାଯାଇଛି। ଏହାଛଡ଼ା ୧୫ଶହ ରୋଡ ଓଭରବ୍ରିଜ୍ ଏବଂ ଅଣ୍ଡରପାସର ଶିଳାନ୍ୟାସ ଓ ଉଦଘାଟନ କରିବେ ମୋଦି ।ରେଳ ଭିତ୍ତିିଭୂମି ପ୍ରକଳ୍ପର ଉଦ୍ଘାଟନ କରିବା ଦ୍ୱାରା ଦେଶରେ ସମସ୍ତେ ବେଶ ଉପକାରୀ ହୋଇ ପାରିବେ।