ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଜାମ୍ମୁ-କାଶ୍ମୀର ଗସ୍ତ କରି ସେଠାରେ ଦିନ ୧୧ଟା ୩୦ ସୁଦ୍ଧା ମୌଲାନା ଆଜାଦ ଷ୍ଟାଡିମୟରେ ଆୟୋଜିତ ଏକ ଜନସମ୍ବୋଧନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହା ସହ ସେଠାରେ ୩୨ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି ପ୍ରକଳ୍ପ ଗୁଡ଼ିକ ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ, ପେଟ୍ରୋଲିୟମ ଭଳି ଲୋକମାନଙ୍କ ବିକାଶ ସହ ସମ୍ବନ୍ଧିତ ପ୍ରକଳ୍ପ ଅଟେ ।
ଜାମ୍ମୁ ଗସ୍ତରେ ଏମ୍ସର ଉଦଘାଟନ ସହ ଭର୍ଚୁଆଲ ମୋଡ଼ରେ ତିନୋଟି ଆଇଆଇଏମ୍ (IIM) ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଗୁଡିକ ହେଲା IIM ଜାମ୍ମୁ, IIM ବୋଧଗୟା ଓ IIM ବିଶାଖାପାଟଣା । ତେବେ ୨୦୧୯ ରେ ଜମ୍ମୁ ଏମ୍ସର ଶିଳାନ୍ୟାସ କରିଥିଲେ ମୋଦି।
ଏହି ଗସ୍ତ ସମୟରେ ମୋଦି ସେଠାରେ ୧୫୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତ ପତ୍ର ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ତତ୍ ସହିତ ସାରା ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୨୦ଟି କୋଠା ସହ ୧୩ଟି ନୂତନ ନବୋଦୟ ବିଦ୍ୟାଳୟ କୋଠାର ମଧ୍ୟ ଉଦଘାଟନ କରାଯିବ। ଏହି ସମୟରେ 'ବିକଶିତ ଭାରତ, ବିକଶିତ ଜାମ୍ମୁ' କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଥିବା ବିଭିନ୍ନ ହିତାଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।
ଅଧିକ ପଢନ୍ତୁ: ଦିନିକିଆ ସମ୍ବଲପୁର ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ