ଖବର ଓଡିଶା : 06/02/2023:
ଆଜି ପୁଣିଥରେ ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ ଅଟକିଛି । ନିର୍ବାଚନ ପୂର୍ବରୁ ବିଜେପି ଓ ଆପ୍ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ମେୟର ଓ ଡେପୁଟି ମେୟର ପଦ ପାଇଁ ଭୋଟିଂ ହୋଇପାରିନି। ପୂର୍ବରୁ୨ ଥର ମଧ୍ୟ ସେହି ସମାନ କାରଣ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା ଆଜି ପୁଣି ତୃତୀୟ ଥର ଭୋଟ ଗ୍ରହଣ ପୂର୍ବରୁ ଗୃହ କାର୍ଯକୁ ବନ୍ଦ କରାଯାଇଛି । ସୂଚନା ମୁତାବକ ଉପ ରାଜ୍ୟପାଳ ଭିକେ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ଅଧିକାର ମିଳିଛି। ଏହାକୁ ଆପ୍ ସଦସ୍ୟମାନେ ବିରୋଧ କରିବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଶେଷରେ ପ୍ରିଜାଇଡିଂ ଅଫିସର ବିନା ଭୋଟରେ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ । ସଂଖ୍ୟାକୁ ଦେଖିଲେ ଆପ ମେୟର ନିର୍ବାଚନ ଜିତିବ। କିନ୍ତୁ ଏମସିଡିର ଷ୍ଟାଣ୍ଡିଂ କମିଟି ଚୟନ ବେଳେ ରୋମାଞ୍ଚକ ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି। ୧୮ ସଦସ୍ୟ ବିଶିଷ୍ଟ ଷ୍ଟାଣ୍ଡିଂ କମିଟିର ୬ଟି ପଦ ପାଇଁ ଭୋଟ ହେବାର ଅଛି। ଏଥିରୁ ଆପ୍ ୩ଟି ଓ ବିଜେପି ବେଶ ଆରାମରେ ଦୁଇଟି ପଦ ଜିତିବେ। କିନ୍ତୁ ୬ଷ୍ଠ ପଦରେ ଲଢ଼େଇ ହେବ ।