ଭୁବନେଶ୍ବର: ଭାରତର ୮୦ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାଜ୍ୟପାଳ କହିଛନ୍ତି, ଆମର ୮୦ତମ ସ୍ୱାଧୀନତା ଦିବସ ଅବସରରେ, ମୁଁ ସମସ୍ତ ସହବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି।
ରାଜ୍ୟପାଳ କହିଛନ୍ତି, ଯେତେବେଳେ ଆମେ ସ୍ୱାଧୀନତାର ଭାବନାକୁ ପାଳନ କରୁ, ଆସନ୍ତୁ ଆମେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ରଖିବା ଏବଂ ଆମ ରାଷ୍ଟ୍ରକୁ ପରିଭାଷିତ କରୁଥିବା ଏକତା, ମର୍ଯ୍ୟାଦା ଏବଂ ସେବାର ମୂଲ୍ୟବୋଧକୁ ସମ୍ମାନ କରିବା।ଆମେ ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ବିକାଶିତ ଭାରତ ଗଠନ ପାଇଁ ଏକାଠି କାମ କରିବା ଜାରି ରଖିବା।
ସେହିପରି ମୋହନ ମାଝୀ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ରାଜ୍ୟ, ଦେଶ ଏବଂ ସାରା ବିଶ୍ବରେ ଥିବା ଭାରତୀୟମାନଙ୍କୁ ୮୦ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଉଛି। ୮୦ ପୂର୍ବ ତଳେ ଅର୍ଥାତ ଆଜିର ଦିନରେ ଆମେ ଉପନିବେଶବାଦରୁ ସ୍ବାଧୀନ ହୋଇଥିଲେ। ସ୍ବାଧୀନତା ହାସଲ ପାଇଁ ନିଜ ଜୀବନକୁ ତ୍ୟାଗ କରିଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଗତ ୧୨ ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ବିକାଶର ପଥରେ ଅଗ୍ରସର ହେଉଛି।
ଅଧିକ ପଢ଼ନ୍ତୁ: ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ