ଖୁବଶୀଘ୍ର ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଥିବା ବେଳେ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନ ସମୀକ୍ଷା କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ଜଣାପଡ଼ିଛି। ତେବେ ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ ପାଇଛି। ନିର୍ବାଚନ କମିଶନ ଗତ କିଛି ମାସ ଧରି ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ସହ ବୈଠକ କରି ପ୍ରସ୍ତୁତି ବାବଦରେ ଆଲୋଚନା କରୁଛନ୍ତି। ଯେଉଁ ସବୁ କ୍ଷେତ୍ରରେ ତ୍ରୁଟି ରହିଛି, ସେସବୁ ବାବଦରେ ସମସ୍ତ ରାଜ୍ୟର ସିଇଓମାନେ ସବିଶେଷ ତଥ୍ୟ ଦେଇଛନ୍ତି। CEO ମାନେ EVM, ସୁରକ୍ଷା କର୍ମୀ ଓ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକୁ କଡାକଡି କରିବା ବାବଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛନ୍ତି।
ଚଳିତ ବର୍ଷ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ନିର୍ବାଚନ ପାଇଁ AIର ବ୍ୟବହାର କରିବାକୁ ନିର୍ବାଚନ ଆୟୋଗ ଯୋଜନା କରୁଛି ବୋଲି ଅଧିକାରୀମାନେ କହିଛନ୍ତି। ତେବେ କେନ୍ଦ୍ରୀୟ ପୋଲ୍ ସଂସ୍ଥାର ଅଧିକାରୀମାନେ ବର୍ତ୍ତମାନ ତାମିଲନାଡୁ ଗସ୍ତରେ ଥିବା ବେଳେ ଏହା ପରେ ଉତ୍ତରପ୍ରଦେଶ ଏବଂ ଜାମ୍ମୁ କଶ୍ମୀରରେ ପ୍ରସ୍ତୁତି ଉପରେ ରିଭ୍ୟୁ କରିବେ। ମାର୍ଚ୍ଚ ୧୩ ପୂର୍ବରୁ ରାଜ୍ୟ ଗସ୍ତ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଲୋକସଭା ସାଧାରଣ ନିର୍ବାଚନ ୨୦୨୪ର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।
ଅଧିକ ପଢନ୍ତୁ: ପୁଟିନଙ୍କ ଶକ୍ତି ପ୍ରଦର୍ଶନ: ଉଡ଼ାଇଲେ Tu-160M