ୟୁକ୍ରେନ ଯୁଦ୍ଧ ବାର୍ଷିକୀ ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମୀର୍ ପୁଟିନ ଦେଖାଇଛନ୍ତି ଶକ୍ତି ପ୍ରଦର୍ଶନ। ଫାଇଟର ଜେଟ୍ ଉଡ଼ାଇ ବିଶ୍ଵବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ରୁଷର ରାଷ୍ଟ୍ରପତି। ଏହା ସହ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଦୀର୍ଘ ଦିନ ଧରି ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପୁଟିନ। ଅତ୍ୟାଧୁନିକ ମିସାଇଲ୍ ଯୁଦ୍ଧ ଜାହାଜ Tu-160M ଉଡ଼ାଇ ଚର୍ଚ୍ଚାକୁ ଆସିବା ପରେ ଏହି ଅତ୍ୟାଧୁନିକ ବୋମା ବର୍ଷଣକାରୀ ଯୁଦ୍ଧ ଜାହାଜକୁ ସେନାରେ ମଧ୍ୟ ସାମିଲ କରିଛନ୍ତି ।
ପୁଟିନ କାଜାନ ଆଭିଏସନ ପ୍ଲାଣ୍ଟରେ ଏହି ଏୟାରକ୍ରାଫ୍ଟକୁ ନିରୀକ୍ଷଣ କରିବା ପରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଉଡ଼ାଇଥିଲେ। ତେବେ ସେ ଯେଉଁ ସ୍ଥାନରୁ ଏହି ବିମାନ ଉଡ଼ାଇଛନ୍ତି ସେହି ସ୍ଥାନକୁ ଗୁପ୍ତ ରଖାଯାଇ ବିମାନ ଉଡ଼ାଉବା ବେଳର ଭିଡିଓ ଜାରି କରିଛନ୍ତି । ଏହି ଅତ୍ୟାଧୁନିକ ଟେକ୍ନୋଲୋଜିରେ ତିଆରି ହୋଇଥିବା ଏୟାରକ୍ରାଫ୍ଟକୁ ଏକ ସ୍ବତନ୍ତ୍ର ଯୁଦ୍ଧାସ୍ତ୍ର । ଏହା ଜଣେ ସାଧାରଣ ମଣିଷ ଦ୍ବାରା ନିୟନ୍ତ୍ରଣ ହୋଇପାରିବ ବୋଲି କହିଛନ୍ତି ଋଷ୍ ରାଷ୍ଟ୍ରପତି। ୧୯୭୦ରେ ଏହି ଯୁଦ୍ଧ ବିମାନର ପ୍ରଥମ ଡିଜାଇନ୍ ତୁପୋଲେବ୍ ଡିଜାଇନ୍ ବ୍ୟୁରୋ ଦ୍ୱାରା ତିଆରି ହୋଇଥିଲା।
Tu-160M ଯୁଦ୍ଧ ଜାହାଜ ଏକ ମିସାଇଲ୍ ବାହକ ଅଟେ। ଏହାକୁ ପୁଟିନ୍ ନୂତନ ପିଢୀର ଟେକ୍ନୋଲୋଜି ବୋଲି କହି ଋଷ୍ ବାୟୁସେନାରେ ସାମିଲ୍ କରିଛନ୍ତି। Tu- 160 ତୁଳନାରେ Tu-160Mରେ ୮୦% ଟେକ୍ନୋଲୋଜି ପରିବର୍ତ୍ତନ କରାଯିବା ସହ ଏହାର ନାମ ମିନିଟାଇମର ସାଇ ମିବ ରଖାଯାଇଛି। ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ସହିତ ଏହାର ଓଜନ ୩.୭୫ ଲକ୍ଷ କିଲୋଗ୍ରାମ୍। ୪୫ ହଜାର କିଲୋଗ୍ରାମ୍ ଓଜନର ଅସ୍ତ୍ରଶସ୍ତ୍ର ଧରି ଉଡ଼ାଣ ଭରି ପାରିବ ଏହି ଯୁଦ୍ଧ ଜାହାଜ। ଏହି ଯୁଦ୍ଧ ଜାହାଜ ଘଣ୍ଟା ପ୍ରତି ୨୨୦୦ କି.ମି. ବେଗରେ ଉଡ଼ିପାରୁଥିବା ବେଳେ ଏହାର ବେଗ ଯେ କୌଣସି ମିସାଇଲ୍ ଲେସ୍ ଏୟାରକ୍ରାଫ୍ଟ ଠାରୁ ଅଧିକ । ଏହା ୫୨ହଜାର ଫୁଟ୍ ଉପରେ ଉଡ଼ିପାରିବାର କ୍ଷମତା ରଖିଥିବା ବେଳେ ଥରକେ ୧୨୨,୩୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ।
ଅଧିକ ପଢନ୍ତୁ: ସୀତା ଓ ଆକବର ପିଟିସନର ଶୁଣାଣି କଲେ ହାଇକୋର୍ଟ