ନୂଆଦିଲ୍ଲୀ/ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଶେଷକୃତ ଆଜି ରାମଗଡ଼ରେ ଅନୁଷ୍ଠିତ ହେବ। ମଙ୍ଗଳବାର ପୂର୍ବାହ୍ଣରେ ତାଙ୍କର ପାର୍ଥିବ ଶରୀର ଜେଏମଏମର ଦଳୀୟ କାର୍ଯ୍ୟାଳୟରେ ଶେଷ ଦର୍ଶନ ପାଇଁ ରଖାଯିବ। ଏହା ପରେ ମୃତଦେହକୁ ଝାଡ଼ଖଣ୍ଡ ବିଧାନସଭାକୁ ନିଆଯିବ, ଯେଉଁଠାରେ ଜନପ୍ରତିନିଧି ଏବଂ ଅଧିକାରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ଏହା ପରେ ପାର୍ଥିବ ଶରୀର ରାମଗଡ଼ ଅଭିମୁଖେ ବାହରିବ। ଅପରାହ୍ନ ୩ ଟାରେ ତାଙ୍କ ଜନ୍ମଭୂମି ନେମରାରେ ଶେଷକୃତ୍ୟ କରାଯିବ। ସରକାରୀ ସୂତ୍ର ଅନୁସାରେ, ସୋମବାର ତାଙ୍କ ମୃତଦେହକୁ ପ୍ରଥମେ ରାଞ୍ଚିର ମୋରହାବାଡିସ୍ଥିତ ତାଙ୍କ ବାସଭବନକୁ ଅଣାଯିବ।
ସୂଚନାଯୋଗ୍ୟ, ଶିବୁ ସୋରେନ୍ଙ୍କ ସୋମବାର ସକାଳ ୮ଟା ୫୬ମିନିଟରେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିଲଶ। ବୟସାଧିକ କାରଣରୁ ସେ ଏକାଧିକ ରୋଗର ସାମ୍ନା କରିଥିଲେ। ପରଲୋକ ହୋଇଥିବା ଡାକ୍ତରମାନେ ସୂଚନା ଦେଇଥିଲେ।
ଶିବୁ ସୋରେନ୍ ଅନେକ ଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦୀର୍ଘ ଅସୁସ୍ଥତା ପରେ ସେ ସୋମବାର ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜୁନ୍ ୧୯ ତାରିଖରୁ ସେ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ଥିଲେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସମେତ ଅନେକ ଜେଏମଏମ ନେତା ଶିବୁ ସୋରେନ୍ଙ୍କ ଶେଷ ମୁହୂର୍ତ୍ତରେ ତାଙ୍କ ସହିତ ଉପସ୍ଥିତ ଥିଲେ। କୁହାଯାଉଛି ଯେ ଶିବୁ ସୋରେନ୍ଙ୍କର ବୟସାଧିକ କାରଣରୁ ଅନେକ ରୋଗ ଥିଲା। ଏହା ସହିତ, ତାଙ୍କର ବୃକକ୍ ଅର୍ଥାତ୍ କିଡନୀ ରୋଗ ମଧ୍ୟ ଥିଲା। ଶିବୁ ସୋରେନ୍ ଗତ କିଛି ଦିନ ଧରି ହ୍ୱିଲ୍ ଚେୟାରରେ ଥିଲେ। ସେ ହ୍ୱିଲ୍ ଚେୟାରରେ ଜେଏମଏମ ଜାତୀୟ ସମ୍ମିଳନୀରେ ମଧ୍ୟ ଆସିଥିଲେ।
୨୦୨୦ ମସିହାରେ ରାଜ୍ୟସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେବେଠାରୁ ଶିବୁ ସୋରେନ୍ ରାଜନୀତିରେ ବହୁତ ସକ୍ରିୟ ଦେଖାଯାଇ ନଥିଲେ। ତଥାପି ସେ ଜେଏମଏମକୁ ମାର୍ଗଦର୍ଶନ କରି ଚାଲିଥିଲେ।
ଅଧିକ ପଢ଼ନ୍ତୁ: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କୁ ଗୃହବନ୍ଦୀ