ଭୁବନେଶ୍ୱର,24 ମାର୍ଚ୍ଚ (ଖବର ଓଡିଶା)
ପୁଣି ଥରେ ଇତିହାସହ ରଚିଲା ଭାରତ | ଓଡିଶା ପାଇଁ ଗର୍ବ ଓ ଭାରତ ପାଇଁ ଗୌରବ ଆଣି ଦେଇଥିବା ସୁନାଝିଅ ଉତ୍କଳ କୁମାରୀ ଅର୍ଚନା | ଭାରତୀୟ ପୁରୁଷ ଓ ମହିଳା ଦଳ ଚତୁର୍ଥ ଏସୀୟ ଖୋ ଖୋ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ଆସାମର ତାମୁଲପୁରରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ପୁରୁଷ ଦଳ ପାଳି ଓ ୬ ପଏଣ୍ଟରେ ନେପାଳକୁ ପରାସ୍ତ କରିଥିଲା। ସେହିଭଳି ମହିଳା ଦଳ ମଧ୍ୟ ନେପାଳକୁ ପାଳି ଓ ୩୩ ପଏଣ୍ଟ୍ରେ ବାଜିମାତ୍ ଦେଇ ଇତିହାସ ରଚିଥିଲା । ବିଜେତା ଭାରତୀୟ ମହିଳା ଦଳରେ ଓଡ଼ିଶା ଅଧିନାୟିକା ଅର୍ଚ୍ଚନା ମାଝୀ ରହିବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ପାଇଛନ୍ତି ଓ ଏକମାତ୍ର ଓଡ଼ିଆ ଭାବେ ଭାରତୀୟ ମହିଳା ଦଳରେ ସ୍ଥାନ ପାଇଥିବା ଅର୍ଚ୍ଚନା କିସ୍ ଛାତ୍ରୀ ହୋଇଥିବାରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ୯ ଦେଶ ଅଂଶଗ୍ରହଣ କରିଥିଲେ। ଆସାମ ବାଚସ୍ପତି ବିଶ୍ବଜିତ ଦାଇମାରି ଓ ମନ୍ତ୍ରୀ ୟୁଜି ବ୍ରହ୍ମା ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ତେବେ ଅର୍ଚନାଙ୍କ ଐତିହାସିକ ସଫଳତା ପାଇଁ ତାଙ୍କୁ ଅନେକ ସୂତ୍ରରୁ ସୂବେଚ୍ଛାର ସୁଅ ଛୁଟୁଛି |