ଦିଲ୍ଲୀ ଦଙ୍ଗା ପୂର୍ବରୁ ଜାକିର ନାଏକକୁ ଭେଟିଥିଲା ଖାଲିଦ ସୈଫୀ, ମାଲେସିଆରୁ ଆସିଥିଲା କୋଟି କୋଟି ଟଙ୍କା
Khabar Odisha:Khalid-Saifi-met-Zakir-Naik-before-the-Delhi-riots
ନୂଆଦିଲ୍ଲୀ, ଜୁଲାଇ ୦୬ (ଖବର ଓଡ଼ିଶା):

ଦିଲ୍ଲୀ ଦଙ୍ଗା ସମ୍ପର୍କରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗିରଫ ଖାଲିଦ ସୈଫୀଙ୍କ ପାସପୋର୍ଟ ଅନୁସନ୍ଧାନ କରିବା ପରେ ଖାଲିଦ ଚାରିଥର ମାଲେସିଆ ଯାଇଥିବା ନେଇ ଜଣାପଡିଛି । ସେଠାରେ ସେ ଜାକିର ନାୟକଙ୍କୁ ମଧ୍ୟ ଭେଟିଥିବା ନେଇ ଜଣାପଡିଛି । ମାଲେସିଆରେ ଖାଲିଦ ଜାକିର ନାୟକଙ୍କୁ ଭେଟିବା ସହ ଅନେକ ଦିନ ତା ସଙ୍ଗରେ ରହିଥିବା ମଧ୍ୟ ଜଣାପଡିଛି । ସ୍ପେଶାଲ ସେଲ୍ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଖାଲିଦ ଅନେକ ଆରବ ଦେଶ ତଥା ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ବିଦେଶୀ ପାଣ୍ଠି ସଂଗ୍ରହ କରିଛି। ସିଙ୍ଗାପୁରରୁ ଓ ମାଲେସିଆରୁ ମଧ୍ୟ ତା ନିକଟକୁ ବିପୁଳ ପରିମାଣରେ ଟଙ୍କା ଆସିଥିଲା ।

ସ୍ୱତନ୍ତ୍ର ସେଲର ଅଧିକାରୀଙ୍କ କହିବାନୁସାରେ, ଏହି ଟଙ୍କା ଖାଲିଦ ସୈଫୀଙ୍କ ଏନଜିଓର ବ୍ୟାଙ୍କ ଆକାଉଣ୍ଟରେ ଆସିଥିଲା । ଏହି ରାଶିର ପରିମାଣ ନିର୍ଦ୍ଦିଷ୍ଟ ଭାବେ କେତେ କୁହାଯାଇ ନଥିଲେ ମଧ୍ୟ ଏହାର ପରିମାଣ କୋଟିରେ ଥିବା କୁହାଯାଉଛି | ଦଙ୍ଗା ଘଟଣାର ତଦନ୍ତ କରୁଥିବା ସ୍ପେଶାଲ ସେଲ୍ ଅନୁସନ୍ଧାନରୁ ଜଣାପଡିଛି ଯେ ଖାଲିଦ ସୈଫୀଙ୍କ ସହ ଦିଲ୍ଲୀ ଦଙ୍ଗାରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ନିକଟକୁ ମଧ୍ୟ ବିପୁଳ ପରିମାଣରେ ବିଦେଶୀ ପାଣ୍ଠି ମିଳିଥିଲା । ଖାଲିଦ ସୈଫୀଙ୍କ ବନ୍ଧୁଙ୍କୁ ପଚରାଉଚରା କରିବାକୁ ମଧ୍ୟ ସ୍ୱତନ୍ତ୍ର ସେଲ ପ୍ରସ୍ତୁତ ହେଉଛି ।

ଦିଲ୍ଲୀ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଦିଲ୍ଲୀ ଦଙ୍ଗା ପୂର୍ବରୁ ଜାନୁଆରୀ 8 ରେ ଖାଲିଦ ସୈଫୀ ପୂର୍ବତନ ଆପ୍ ନେତା କର୍ପୋରେଟର ତାହିର ହୁସେନ୍ ଏବଂ ଜେଏନୟୁ ପୂର୍ବତନ ଛାତ୍ର ଉମର ଖାଲିଦଙ୍କ ସହ ସାହିନବାଗରେ ଏକ ବୈଠକ କରିଥିଲା ଏହି ବୈଠକରେ ହିଁ ଦିଲ୍ଲାରେ ଦଙ୍ଗା କରିବା ନେଇ ଷଡଯନ୍ତ୍ର ରଚା ଯାଇଥିଲା ।

ଖୁରେଜୀରେ ହୋଇଥିବା ଦଙ୍ଗା ଘଟଣାରେ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟରେ ବିଦେଶୀ ପାଣ୍ଠି ଉପଲବ୍ଧ ହୋଇ ଥିବା କୁହାଯାଇଛି। ସୂଚନାଯୋଗ୍ୟ ଯେ ଏପର୍ଯ୍ୟନ୍ତ ଯାଞ୍ଚ ପରେ କର୍ପୋରେଟର ତାହିର ହୁସେନ୍, ଖାଲିଦ ସୈଫୀ ଏବଂ ଜାମିଆ ମିଲିଆ ଇସଲାମିଆର ସମନ୍ୱୟ କମିଟିର ସଦସ୍ୟଙ୍କୁ ଗିରଫ କରାଯାଇଛି।

  • Tags:

Subscribe

National International State Sports Entertainment