ହାଇଦ୍ରାବାଦ, ଜାନୁଆରୀ 21 (ଖବର ଓଡ଼ିଶା):
ସାରା ଦେଶରେ କରୋନାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଧିରେ ଧିରେ ଏହା ଲୋକଙ୍କ ପାଖରେ ପାଶ୍ୱର୍ପ୍ରତିକ୍ରିୟା ଦେଖାଯିବା ଆରମ୍ଭ କରିଲାଣି । ଏବେ ଖବର ଆସିଛି ତେଲେଙ୍ଗାନାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର କରୋନା ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଛି । ଏହି ବ୍ୟକ୍ତି ଜଣକ ଜାନୁଆରି ୧୯ ତାରିଖରେ ଟିକା ନେଇଥିଲେ ।
ହେଲେ ରାତି ହେବା ବେଳକୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲା ବେଳେ ୨୦ ତାରିଖ ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଟିକା ନେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ପରିବାର ପକ୍ଷରୁ ସନ୍ଦେହ କରାଯାଇଛି ଏବଂ ଠିକ୍ ଏହିପରି ପଞ୍ଜାବର ଫିରୋଜପୁରରେ ଜଣେ ଆଶା କର୍ମୀଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଛି । ହେଲେ ପ୍ରାରମ୍ଭିକ ତଦନ୍ତରୁ ଟିକାକରଣ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନେ କହିଛନ୍ତି ।